ରାସ୍ତା ତଳକୁ ଖସିଲା ଚୋରା ଦେଶୀ ମଦ ବୋଝେଇ ସ୍କର୍ପିଓ

ଢେଙ୍କାନାଳ : ରାସ୍ତା ତଳକୁ ଖସିଲା ଚୋରା ଦେଶୀ ମଦ ବୋଝେଇ ସ୍କର୍ପିଓ । ଗାଡିରେ ବୋଝଇ ହୋଇ ଯାଉଥିବା ବିପୁଳ ପରିମାଣରେ ଦେଶୀ ମଦ ସହ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ ।

ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଶନିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗର ୨ଟି ଟିମ୍ କେନାଲ ରାସ୍ତାରେ ଏକ ମଦ ବୋଝେଇ ଗାଡିକୁ ପିଛା କରୁଥିଲେ । ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜଡାପାଳ ଛକ ନିକଟରେ ରାସ୍ତା ତଳକୁ ଖସି ଯାଇଥିଲା । ଫଳରେ ଗାଡିରେ ଥିବା ଜଣକୁ ଧରିବାରେ ଅବକାରୀ ବିଭାଗ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି । ଏହା ସହ ଗାଡିଟିକୁ ଉଦ୍ଧାର କରି ଥାନାକୁ ନିଆଯାଇଛି । ଏଥିରୁ ବିପୁଳ ପରିମାଣର ଚୋରା ଦେଶୀ ମଦ ଜବତ କରାଯାଇଛି ।

Leave A Reply

Your email address will not be published.