jsm

ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ତିନି ଦଫା ଦାବୀ ନେଇ ସ୍ମାରକପତ୍ର ପ୍ରଦାନ

csstore

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ଓ ଜିଲ୍ଲା ସଂଘର ଆହ୍ୱାନ କ୍ରମେ ଗଞ୍ଜାମ ବ୍ଲକ ପକ୍ଷରୁ ତିନି ଦଫା ଦାବୀ ରାଜ୍ୟ ମୁଖ୍ୟାଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଗଞ୍ଜାମ ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଭାଗୀୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସଂଯୁକ୍ତା ବେହେରାଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ର ପ୍ରଦାନ ପୂର୍ବରୁ ପ୍ରାୟ ୩ ଶହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଗଞ୍ଜାମ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ସଂଗଠନର କର୍ମକର୍ତ୍ତାମାନେ ଶିକ୍ଷକମାନଙ୍କ ଦାବୀଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ନେତା କୃଷ୍ଣଚନ୍ଦ୍ର ବେହେରା, ଅଭିରାମ ନାୟକ, ନିରଞ୍ଜନ ମହାପାତ୍ର, ଭାବାନୀ ଶଙ୍କର ପାଟନାୟକ, ହୃଷିକେଶ ପଣ୍ଡା, ଗଜେନ୍ଦ୍ର ମାଝୀ, ରାମକୃଷ୍ଣ ବେହେରା, ବିଜୟ ମହାନ୍ତି, ଲକ୍ଷ୍ମଣ ନାହାକ, ପ୍ରକାଶ ଚନ୍ଦ୍ର ବେହେରା, ଦୁର୍ଗା ପ୍ରସାଦ ପଟନାୟକ, ମହେଶ କୁମାର ବେହେରା, ଜୟକୃଷ୍ଣ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.