jsm

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ତିନି ଦଫା ଦାବୀପତ୍ର ପ୍ରଦାନ

csstore

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ତିନି ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଇଓଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ରିଂଜା ଛକଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ବିଜୟ ଲଷ୍ମୀ ନାଗଙ୍କୁ ମୁଖ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀଗୁଡ଼ିକ ମଧ୍ୟରେ ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତି ପ୍ରଥା ବନ୍ଦ କରି ଏକ୍ସକ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡର୍ ଭୁକ୍ତ କରିବା ସହିତ କନିଷ୍ଠ ଶିକ୍ଷକ, କଳା ଶିକ୍ଷକ, କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ବେତନ (୪୨୦୦ଗ୍ରେଡପେ) ପ୍ରଦାନ କରିବା, ନୂତନ ପେନସନ ବ୍ୟବସ୍ଥା ଉଚ୍ଛେଦ କରି ପୁରାତନ ପେନସନ ବ୍ୟବସ୍ଥା ପ୍ରଚଳନ କରିବା ପ୍ରମୁଖ ଦାବୀଗୁଡ଼ିକ ରହିଛି । କର୍ଲାମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ କୁମାର ରଣାଙ୍କ ନେତୃତ୍ୱରେ, ସମ୍ପାଦକ ସୁଦର୍ଶନ ସାହୁ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଉପଦେଷ୍ଟା ଅଶୋକ କୁମାର ତ୍ରିପାଠୀ, ଶିକ୍ଷକ ଉଜ୍ଜଳ କୁମାର ସାହୁ, ମନୋଜ କୁମାର ମିଶ୍ର, ବିଭୂତି ଭୂଷଣ ସେଠ, ଦୁଷ୍ମନ୍ତ ଲେଙ୍କା, ହେମନ୍ତ ନାଏକ, କୁଶଚନ୍ଦ୍ର ସାହୁ, କ୍ଷୀରସାଗର ସାହୁ, ଈଶ୍ୱର ମହାକୁଡ, ମନୋଜ ଦାସ, ପ୍ରତାପ ପ୍ରଧାନ, ଅନ୍ତର୍ଯ୍ୟାମୀ ମଲ୍ଲିକ, ନବୀନ ସାହୁ, ପ୍ରସନ୍ନ କୁମାର ସାହୁ, ଜିତେନ୍ଦ୍ର କୁମାର ସାହୁ, ରୂପାଧର କୁମାର, ଜୟକୃଷ୍ଣ ସାହୁ, ଅଭିମନ୍ୟୁ ରଣା, ଅଲି ପୁଟେଲ, ଥବୀର ଭୋଇ, ରାଉତ ସୁନା, ଅଞ୍ଜଳି ଜାନି, ଚଞ୍ଚଳା ଭୋଇ, ସବିତା ହରପାଲ, ସସ୍ମିତା ସାହୁ, ପୁଷ୍ପଲତା ନାଏକ, ସନ୍ତୋଷିନୀ ରଣାଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ କର୍ଲାମୁଣ୍ଡା ଫାଣ୍ଡି ଅଧିକାରୀ ବଂଶୀଧର ସାମଲ ଓ ତାଙ୍କ ଟିମ୍‌ ମୁତୟନ ହୋଇଥିଲେ ।

yuvodaya
Leave A Reply

Your email address will not be published.