ସାବଧାନ ଅପରାଧୀ : ସିସିଟିଭି ନଜରରେ ଗଞ୍ଜାମ ସହର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ବିଭିନ୍ନ ବିଦ୍ୟୁତ ଖୁଣ୍ଟରେ ଲାଗିଲା ସିସିଟିଭି । ଏବେ ସିସିଟିଭି ନଜରରେ ପୁରା ଗଞ୍ଜାମ ସହର । ସାବାଡ୍‌ ହେବେ ଅପରାଧୀ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନିଜସ୍ୱ ହାତ ପାଣ୍ଠିରୁ ଗଞ୍ଜାମ ସହରରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ଜଣାପଡିଛି । ଏଣିକି ଅପରାଧୀ ମାନେ କିଛି ଅପରାଧ କରିବା ପୂର୍ବରୁ ଚିନ୍ତା କରିବେ ଚୋରି ଡକାୟତି ମଧ୍ୟ କମିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ବିଧାୟକ ଶ୍ରୀ ବେହେରାଙ୍କ ଏହି କାର୍ଯ୍ୟ ଶୈଳୀକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଂଶସା କରିଛନ୍ତି ।

Leave A Reply

Your email address will not be published.