ଜୁଇରେ ଜଳିଲା ନବବଧୂ : ଯୌତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ଝିଅର ବାପା

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ପୋଡ଼ଗଡ଼ ଗ୍ରାମରେ ମାତ୍ର ତିନିମାସ ତଳେ ବିବାହ କରିଥିବା ଜଣେ ନବବଧୂ ବିଷ ପିଇ ଆତ୍ମହତ୍ୟା କରିଥିବା ନେଇ ଶାଶୁ ଘର ଲୋକେ କହୁଥିବା ବେଳେ ଯୌତୁକ ନିର୍ଯ୍ୟାତନା ଦେଇ ତାଙ୍କୁ ଶାଶୂଘର ଲୋକେ ମାରି ଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ବାପ ଘର ଲୋକେ ହୁମା ଫାଣ୍ଡିରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତି କରି ପୋଲିସ କେସ ନଂ ୫୬୭/୨୩ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲିଥିବା ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସାତୁଳୀ ଗ୍ରାମର ବନମାଳୀ ବାରିକିଙ୍କ ଝିଅ ଜ୍ୟୋତି ବାରିକି ଝିଅ ପୋଡ଼ାଗଡ଼ର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ । ବିବାହ ପରଠାରୁ ଶାଶୁ ଘର ଲୋକେ ତାଙ୍କୁ ଅଧିକ ଯୌତୁକ ଦାବୀରେ ନିର୍ଯ୍ୟାତନା ଦେୁଥିଲେ । ଫଳରେ ବିବାହର ଦଶଦିନ ପରେ ଦଶକର୍ତା ପାଇଁ ନିଜ ବାପଘରକୁ ଯାଇ ଝିଅ ଆଉ ସେ ଘରକୁ ଫେରି ନଥିଲେ । ବୁଝାସୁଝା ପରେ ଗତ ଦୁଇ ଦିନ ତଳେ ସେ ନିଜ ଶାଶୁ ଘରକୁ ଆସିଥିଲେ । ପୁଣି ନିର୍ଯ୍ୟାତନା ଦେବାରୁ ଝିଅ ତାହା ସହ୍ୟ କରି ନପାରି ଆତ୍ମହତ୍ୟା କରିଥିବା ଝିଅର ପରିବାର ଅଭିଯୋଗ କରିଛନ୍ତି । ନବବଧୂ ଜଣକ ଚାଉଳରେ ପୋକ ନ ଲାଗିବା ପାଇଁ ଘରେ ଥିବା ପୋକମରା ଔଷଧ ଖାଇ ଦେଇଥିଲେ । ଏହା ଦେଖି ଶାଶୁ ଘର ଲୋକେ ସଙ୍ଗେ ସଙ୍ଗେ ପ୍ରଥମେ ହୁମାର ଏକ ଘେରେଇ କ୍ଲିନିକକୁ ନେଇଥିଲେ । ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବ୍ରହ୍ମପୁର ବଡ ମେଡିକାଲ ନେବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି । ହୁମା ଫାଣ୍ଡି ଏସ୍‌ଆଇ ଦେବଦତ୍ତ ପ୍ରିୟଦର୍ଶୀ ସଦଳବଳେ ଉକ୍ତ ଗ୍ରାମରେ ପହଂଚି ଘଟଣାର ତଦନ୍ତ ଜାରି ରଖିଛନ୍ତି । ଏଥିସହ ଗ୍ରାମରେ ସାଇଣ୍ଟିଫିକ ଟିମ୍‌ ମଧ୍ୟ ପହଂଚି ଘଟଣା ଛାନ୍‌ଭିନ୍‌ ଆରମ୍ଭ କରିଛି । ଶାଶୁ ଘର ଲୋକ ଅଧିକ ଯୌତୁକ ଲୋଭରେ ତାଙ୍କୁ ନିର୍ଯ୍ୟାତନା ଦେଇ ମରିବାକୁ ବାଧ୍ୟ କରିଥିବା ଅଭିଯୋଗ ପରେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ଏଥିସହ ଛତ୍ରପୁର ଏସ୍ଡ଼ିପିଓ ଗୌରହରି ସାହୁ, ରମ୍ଭା ଥାନା ଓ ହୁମା ଫାଣ୍ଡି ପୋଲିସର ଉପସ୍ଥିତରେ ଝିଅ ନେଇଥିବା ସମସ୍ତ ଯୌତୁକ ସାମଗ୍ରୀ ଫେରସ୍ତ ପାଇଁ ବାହାର କରିଛି । ଅନ୍ୟପଟେ ଘଟଣା ଶୁଣି ସ୍ୱାମୀ ପିଣ୍ଟୁ ବିଶାଖାପାଟଣାରୁ ଘରକୁ ଶୁକ୍ରବାର ଫେରିଥିବା ଗ୍ରାମର ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.