csstore

ପଲ୍ଲୀ ଆଲୋକ ପାଠାଗାର ଆନୁକୂଲ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଆଇସିଡିଏସ୍‌ ଆଗଲପୁରର ମିଳିତ ଆନୁକୂଲ୍ୟରେ ନୁନିଆଁପାଲି, ଖଲିଆପାଲି, ପାଣ୍ଡେସରା ତଥା ମନୁପାଲି ସ୍ଥିତ ଶ୍ରୀକ୍ଷେତ୍ର ନଗରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମା’ କ୍ଷୀରରେ ଥିବା ପୋଷଣ ତତ୍ତ୍ୱ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରାଯାଇ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏଥିରେ ଗ୍ରାମର ଗର୍ଭବତୀ, ପ୍ରସୂତି, କିଶୋରୀ ସମେତ ଶାଶୁ ମା’ମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏଥିସହିତ ଶିଶୁ ଜନ୍ମ ହେବା ପରେ କ’ଣ ସବୁ କରିବା ଉଚିତ, ସେ ଉପରେ ବୈଠକରେ ଶାଶୁମାନେ ସ୍ଵକୀୟ ଅଭିଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ଜନ ସଚେତନତା ଉଦ୍ଦେଶ୍ୟରେ ଗ୍ରାମଗୁଡିକରେ ଶୋଭାଯାତ୍ରା ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ଦେଇ ବସ୍ତି ପରିକ୍ରମା କରାଯାଇଥିଲା । ତତ୍‌ସହିତ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ ଉତ୍ତର ଦେଇଥିବା ମହିଳାଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପିଣ୍ଟୁ ପଧାନ, ଅଙ୍ଗନୱାଡି କର୍ମୀ ପୁଷ୍ପାଞ୍ଜଳି ପଧାନ, ଦଶମୀ ତାଣ୍ଡି, ଗୋପେଶ୍ୱରୀ ପଧାନ, ଭାର୍ଗବି ସାହୁ, ତିଲୋତମା ବାଗ, ଆଶାକର୍ମୀ ଯଶୋଦା ବୁଦ୍ଧିଆ, ଭାନୁମତି ସାହୁ, ପୁଷ୍ପା ସେଠ, ତପ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.