jsm

ହାତୀ ଆକ୍ରମଣରେ ଗୁରୁତର ହୋଇ ପ୍ଲାଣ୍ଟଟେସନ୍‌ ୱାଚର ବଲାଙ୍ଗିର ମେଡିକାଲରେ ଭର୍ତ୍ତି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଂଜି ରେଂଜ ଅନ୍ତର୍ଗତ ତୁରେକେଲା ପଟେଲମୁଣ୍ଡାଠାରେ ହାତୀ ଆକ୍ରମଣରେ ଆଜି ଜଣେ ବ୍ୟକ୍ତି ଗୁରୁତର ହୋଇ ବଲାଙ୍ଗିର ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି । ଗୁରତର ବ୍ୟକ୍ତି ଜଣକ ତୁରେକେଲା ସେଲ୍‌ମା ଗ୍ରାମର ନିବାସୀ ତଥା ବନ ବିଭାଗର ଜଣେ ପ୍ଲାଣ୍ଟଟେସନ୍‌ ୱାଚର ରାମସାଏ ଭୋଇ । ସୂଚନା ଅନୁସାରେ ଗତାକାଲି ଏକ ହାତୀ ତୁରେକେଲା ଜଙ୍ଗଲକୁ ଆସିଥିବା ନେଇ ଖବର ପାଇ କଣ୍ଟାବାଂଜି ବନ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ଆଜି ହାତୀକୁ ଘଉଡାଇବା ପାଇଁ ଭୋର ସକାଳୁ ବନ ବିଭାଗର ଏହି ଟିମ୍‌ ତୁରେକେଲା ଜଙ୍ଗଲକୁ ଆସିଥିଲା । ହେଲେ ତୁରେକେଲାର ପଟେଲମୁଣ୍ଡାଠାରେ ହାତୀଟି ଥିବାରୁ ବନ ବିଭାଗର ସ୍ୱତନ୍ତ୍ର ଟିମ୍‌ ମଧ୍ୟ ସେ ଜାଗାକୁ ପହଂଚି ଥିବା ବେଳେ ହାତୀଟି ବନ ବିଭାଗ ଟିମ୍‌ ଉପରେ ହଠାତ୍‌ ଆକ୍ରମଣ କରିଥିଲା । ଫଳରେ ବନ ବିଭାଗର ପ୍ଲାଣ୍ଟଟେସନ୍‌ ୱାଚର ରାମସାଏ ହାତୀ ହାବୁଡରେ ପଡି ଗୁରତର ହୋଇଯାଇଥିବା ବେଳେ ତୁରନ୍ତ ତାଙ୍କୁ କଣ୍ଟାବାଂଜି ଡାକ୍ତରଖାନାକୁ ଆଣି ଭର୍ତ୍ତି କରାଯାଇଥିଲା । କିନ୍ତୁ ରାମସାଏଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବଲାଙ୍ଗିର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିବା ବେଳେ ଏବେ ରାମସାଏ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.