oom

ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ବନ୍ଦ ଡାକରା : ବଲାଙ୍ଗିରରେ ଅଖଚକ ବନ୍ଦ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚ ପକ୍ଷରୁ ଆଜି ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଥିଲା । ଏହି ବନ୍ଦ ଡାକରା ପ୍ରଭାବରେ ବଲାଙ୍ଗିର ସହରର ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ଚଞ୍ଚଳ ରାଣା ନିଜ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ଆନ୍ଦୋଳନକାରୀମାନେ ତାଙ୍କୁ ଭେଟି ଆଲୋଚନା କରିବା ସହ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ବନ୍ଦ ପାଇଁ ନିବେଦନ କରିଥିବା ମଧ୍ୟ ଦୃଷ୍ଟିଗୋଚର ହୋଇଛି । ତେବେ ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭାର ଆୟୋଜନ କରାଯାଇଥିବା ବେଳେ ଏହି ସଭାରେ ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଂଚର ଆବାହକ ଗୋପାଳଜୀ ପାଣିଗ୍ରାହୀଙ୍କ ସମେତ ବହୁ ଆନ୍ଦୋଳନକାରୀମାନେ ପାଟଣାଗଡ଼ ବରମ୍‌ପୁରା ଛକରୁ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି । ଆଜିର ପ୍ରତିବାଦ ସଭାରେ ନାଗରିକ କମିଟିର ସମ୍ପାଦକ ମନୋରଞ୍ଜନ ସାହୁ, ବିଶିଷ୍ଟ ଆଇନଜୀବୀ ଭବାନୀ ଶତପଥି, ପ୍ରଦୀପ ତ୍ରିପାଠୀ, ବଣିକ ସମାଜରୁ କିଶୋର ରଥ, ବିଜେପିରୁ ଦିନେଶ ଶର୍ମା, ଶିବଦତ୍ତ ମିଶ୍ର, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ଯ୍ୟ, ଅନିତା ମିଶ୍ର, କଂଗ୍ରେସରୁ ନଗର ସଭାପତି ବୁଲୁଦାନୀ, ଲୋପନ ମିଶ୍ର, ଜୁଲୁ ପଟ୍ଟନାୟକ, ସିଭିଲ ସୋସାଇଟି ସଭାପତି ନୀଳମଣି ମିଶ୍ର, ବ୍ରାହ୍ମଣ ସମାଜ ସଭାପତି ଧନଞ୍ଜୟ ମିଶ୍ର, ଜିଲ୍ଲା ପ୍ରବକ୍ତା ପରିଷଦ ସମ୍ପାଦକ ଶ୍ୟାମ ସୁନ୍ଦର ଦାଶ, ବିଶ୍ୱ ହିନ୍ଦୁ ପରିଷଦରୁ ପବିତ୍ର ଦାଶ, କାହ୍ନା ଶତପଥୀ, ବଜରଙ୍ଗ ଦଳରୁ ସୌମ୍ୟ ରଞ୍ଜନ ମିଶ୍ର, ରାଜେଶ ପଧାନ, ଟିଟୁ ଯୋଶୀ, ବଳରାମ ଯୋଶୀ, ବିନୀତ ମିଶ୍ର, ଅମିର ତ୍ରିପାଠୀ, ରୁଦ୍ର କ୍ଷେତ୍ରୀ, ଅମର ଥପା, ବିରେନ୍ଦ୍ର ପାଣ୍ଡେ, ଶ୍ରୀକାନ୍ତ ପାଢ଼ୀ, ଥବିର କର୍ମୀ, ଟାଙ୍ଗିଆ ଜାମର ସଭାପତି ଗୋପାଳ ହୋତା, ବଲାଙ୍ଗିର ଏକ୍ସନ କମିଟିର ଉପସଭାପତି ମୁନା ପଟ୍ଟନାୟକ, ସନ୍ତୋଷ ସାହୁ, ଗିରିଶ ସିଂ ଦେଓ, ବୁଲୁ ସିଂ ଦେଓ, ରିଲୁ ରଥ, ଯୁବ ସଭାପତି ବିନୋଦ କାଲସାଏ, ରବି ଖମାରୀ, ସୁନିଲ ମିଶ୍ର, କପିଳେଶ୍ୱର ଖମାରୀ, ଗଣେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.