ବଲାଙ୍ଗିର, (କେପିଏନ୍ଏସ୍) : ୨ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ ଜଳମୟ ହୋଇପଡ଼ିଛି । ଲୋକଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍ପିଏଫ୍ ମୁଖ୍ୟ କାର୍ୟ୍ୟାଳୟକୁ ଯାଉଥିବା ରାସ୍ତାରେ ମୁନା ପରିଚ୍ଛାଙ୍କ ଘର ପାଖ ଦେଇ ଏକ ଗଳି ରାସ୍ତା ଗୋପବନ୍ଧୁନଗର ଯାଏଁ ପହଂଚିଛି । ତେବେ ଏହି ଗଳିରୁ ପ୍ରାୟ ୨ ଶହ ମିଟର ପରେ ରାସ୍ତା ଉପରେ ଆଣ୍ଠୁଏରୁ ଉପରେ ପାଣି ପ୍ରବାହିତ ହେଉଥିବା ବେଳେ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହେଉଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଂଚଳରେ ଉଚିତ ବର୍ଷା ପାଣି ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ଏହିପରି ସମସ୍ୟା ଉପୁଜୁଥିବା ନେଇ ଅଞ୍ଚଳବାସୀ କହୁଛନ୍ତି । ଏହାର ତୁରନ୍ତ ସମାଧାନ ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
Next Post