ବ୍ରଜମୋହନ ବିଶୋଇ ହେଲେ ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାର ବ୍ରଜମୋହନ ବିଶୋଇଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ସାମଗ୍ରିକ ବିକାଶ ନିମନ୍ତେ ଗତ ୨୦୨୧ ମସିହାରେ ଓଡ଼ିଶାର ୯ଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା । ତେବେ ଗତ ମଇ ମାସରେ ଏଥିରେ ବଲାଙ୍ଗିର ଜିଲ୍ଲା ସମେତ ମୋଟ ୧୪ଟି ଜିଲ୍ଲାକୁ ସାମିଲ କରାଯାଇଥିଲା । ନୂତନ ଭାବେ ଗଠିତ ଏହି ଉନ୍ନୟନ ପରିଷଦରେ ଶ୍ରୀ ବିଶୋଇଙ୍କ ନିଯୁକ୍ତିକୁ ନେଇ ଲୋଇସିଂହା ଅଞ୍ଚଳରେ ଖୁସିର ବାତାବରଣ ଦେଖିବାକୁ ମିଳିଛି ।

Leave A Reply

Your email address will not be published.