jsm

ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାରେ ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲେ ରାଧାରାଣୀପଡ଼ାର କୁମାରୀ ଋତୁପର୍ଣ୍ଣା ମିଶ୍ର

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବଲାଙ୍ଗିର ସହର ରାଧାରାଣୀପଡ଼ାର କୁମାରୀ ଋତୁପର୍ଣ୍ଣା ମିଶ୍ର (ଫିଲି) ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ପରିବାର ତଥା ବଲାଙ୍ଗିରବାସୀଙ୍କୁ ଆନନ୍ଦ ଓ ଗୌରବ ଆଣି ଦେଇଛନ୍ତି । ଋତୁପର୍ଣ୍ଣା, ସ୍ମରଣ ଶଙ୍କର ମିଶ୍ର ଓ ଲୋପାମୁଦ୍ରା ମିଶ୍ରଙ୍କ ଝିଅ ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ରାଧାମୋହନ ମିଶ୍ର ତଥା ଅଜା ତଥା ରାଜା ସୁନାଖଳାର ପୂର୍ବତନ ବିଧାୟକ ସ୍ୱର୍ଗତ ସୁରେନ୍ଦ୍ରନାଥ ମିଶ୍ରଙ୍କ ନାତୁଣୀ । ତାଙ୍କର ପ୍ରାରମ୍ଭିକ ଅଧ୍ୟାପନା କୋରାପୁଟ, ନବରଙ୍ଗପୁରରେ ସମ୍ପନ୍ନ ପରେ NIT ରାଉରକେଲାରୁ ରସାୟନ ବିଜ୍ଞାନରେ ମାଷ୍ଟର ଡ଼ିଗ୍ରୀ ହାସଲ କରିଥିଲେ । ସମାଜସେବା ପ୍ରତି ତାଙ୍କର ଆଗ୍ରହ ଯୋଗୁଁ ସେ ନାମୀ ଦାମୀ ସଂସ୍ଥାର ଚାକିରି ସୁଯୋଗକୁ ପରିତ୍ୟାଗ କରି ଦୁଇ ବର୍ଷ କାଳ ଦିଲ୍ଲୀ ସହରରେ Teach for India projectରେ ଯୋଗଦାନ କରି ଗରିବ ବସ୍ତି ପିଲାଙ୍କୁ ଶିକ୍ଷାଦାନ କରିବାକୁ ଆପଣେଇ ନେଇଥିଲେ । ଆଜି ତାଙ୍କର କୃତିତ୍ୱ ପାଇଁ ପରିବାର, ବନ୍ଧୁବର୍ଗ ତଥା ବଲାଙ୍ଗିରବାସୀଙ୍କ ମନରେ ଆନନ୍ଦ ଖେଳି ଯାଇଛି । ସେ ତାଙ୍କର ସଫଳତା ପାଇଁ ତାଙ୍କ ବାପା, ମା, ଶିକ୍ଷକ, ଶିକ୍ଷୟିତ୍ରୀ, ପରିବାରର ଗୁରୁଜନଙ୍କ ଆଶୀର୍ବାଦକୁ ଶ୍ରେୟ ଦେଇଛନ୍ତି ।

yuvodaya
Leave A Reply

Your email address will not be published.