ରେଳ ଷ୍ଟେସନ ନିକଟରେ ଅଘଟଣ : ଚଳନ୍ତା ଟ୍ରେନରୁ ଖସି ୨ ଆହତ

ବାଲୁଗାଁ : ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ଅଘଟଣ ଘଟିଛି । ଚଳନ୍ତା ଟ୍ରେନରୁ ୨ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଅଭିଯୋଗ ହୋଇଛି । ଆହତ ଶ୍ରମିକ ଦ୍ୱୟ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ୫୫ ବର୍ଷୀୟ ଅଭିରାମ ଦୋରା ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ୩୩ ବର୍ଷୀୟ ହରି ବେହେରା ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.