କଂଟାବାଂଜି ଅବକାରୀ ବିଭାଗ ଦ୍ୱାରା ୭.୩୪ କେଜି ଗଂଜେଇ ସହ ମୋଟର ସାଇକେଲ ଜବତ, ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପେଟ୍ରୋଲିଂଗ ବେଳେ ରବିବାର ଦିନ କଂଟାବାଂଜି ଥାନା ବୁରୋମାଲ ପଂଚାୟତ ଧୁମସୁ ଗାଁ ନିକଟରେ ଜଣେ ଗଂଜେଇ ଚାଲାଣ କରୁଥିବା ବ୍ୟକ୍ତିକୁ କଂଟାବାଂଜି ଅବକାରୀ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି । କଂଟାବାଂଜି ଅବକାରୀ ବିଭାଗ ପେଟ୍ରୋଲିଂଗ କରୁଥିବା ବେଳେ କୌଣସି ସୂତ୍ରରୁ ଧୁମସୁ ଗ୍ରାମ ନିକଟରେ ଏକ ହିରୋହୋଣ୍ଡା ପ୍ଲସ ମୋଟର ସାଇକେଲରେ ୭.୩୪୦ କେ.ଜି. ଗଂଜେଇ ଚାଲାଣ କରୁଥିବା ଖବର ପାଇ ଚଢାଉ କରିଥିଲେ । ଘଟଣାସ୍ଥଳରେ ଉକ୍ତ ବ୍ୟକ୍ତିକୁ ମୋଟର ସାଇକେଲ ସହ ଗରଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ସଇଁତଲା ଥାନା ଗଣ୍ଡପତ୍ରାପାଲିର ସୂର୍ଯ୍ୟନାରାୟଣ ବେହେରା (୪୪) । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସ୍ଥାନୀୟ କଂଟାବାଂଜି ଅବକାରୀ ଥାନା କେସ ନଂ.୬୨/୩୦.୭.୨୦୨୩ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ସବ୍‌ ଜେଲକୁ ପଠାଯାଇଥିବା ଜଣାପଡିଛି । ଏହି ପେଟ୍ରୋଲିଂଗ ବେଳେ କଂଟାବାଂଜି ଅବକାରୀ ଥାନା ଅଧିକାରୀ ପ୍ରବିଣ କୁମାର ସାହୁ, ଏ.ଏସ.ଆଇ. ଆର୍ତ୍ତତ୍ରାଣ ବହିଦାର, କନେଷ୍ଟେବଲ ମମତା ବେହେରା, ଆଶିଷ କୁମାର ପୁଟେଲ, ରଂଜନ ମିଶ୍ର ସାମିଲ ଥିଲେ ।

Leave A Reply

Your email address will not be published.