oom

ବାସନ୍ତୀ ପାଠାଗାରର ବ୍ୟଙ୍ଗ ସାହିତ୍ୟ ଆସର

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ବ୍ୟଙ୍ଗ ସାହିତ୍ୟ ଆସର ପାଠାଗାରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର କାର୍ଯ୍ୟକାରୀ ସଭାପତି ବିଭୁଦତ୍ତ ବେହେରାଙ୍କ ଅଧ୍ୟକ୍ଷତା, ସାଧାରଣ ସଂପାଦକ ବିକ୍ରମଚନ୍ଦ୍ର ଆଚାର୍ଯ୍ୟଙ୍କ ଆବାହକତ୍ୱ, ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ମୁଖ୍ୟଅତିଥି ଭାବେ ଡଃ ଅଶ୍ୱିନୀ କୁମାର ରାୟ ଆଲୋଚ୍ୟ ବିଷୟ ହାସ୍ୟ ଓ ବ୍ୟଙ୍ଗ କ’ଣ ଓ କାହିଁକି ଶୀର୍ଷକ ଉପରେ ଆଲୋଚନା କରିଥିଲେ । ଡଃ ରାୟ ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି କହିଲେ ଯେ, ଲେଖକୀୟ ସ୍ୱାଧୀନତା ହାସ୍ୟ ସାହିତ୍ୟିକ ମାନେ ହିଁ ଦେଇପାରନ୍ତି । ବ୍ୟଙ୍ଗ ବିଦୃପାତ୍ମକ ହାସ୍ୟରସ ସଂପୂର୍ଣ୍ଣ ଭାବରେ ବୌଦ୍ଧିକତାପୂର୍ଣ୍ଣ ହାସ୍ୟରସ । ଏହା ସହ ସେ ନିର୍ମଳ ହାସ୍ୟରସ ଓ ବିଦୃପାତ୍ମକ ହାସ୍ୟରସ ସଂପର୍କରେ ଆଲୋଚନା କରିଥିଲେ । ସହର ତଥା ରାଜ୍ୟର ଜଣେ ବହୁ ପରିଚିତ ହାସ୍ୟ କବି ରାଧୁ ମିଶ୍ର ଏକ ରମ୍ୟ ରଚନା ସହ କ୍ଷୁଦ୍ର ହାସ୍ୟ ଗଳ୍ପ ପାଠ କରିଥିଲ । ଏହାସହ ଶ୍ରୀ ମିଶ୍ର ହାସ୍ୟ ରସର ବିବିଧତା ଉପରେ ମନ୍ତବ୍ୟ ରଖିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀ ରାଉତଙ୍କ ସଂଯୋଜନାରେ ଏକ ବ୍ୟଙ୍ଗ ଓ ହାସ୍ୟ କବିତା ଆସର ଅନୁଷ୍ଠିତ ହୋଇଥିଲା । ବ୍ୟଙ୍ଗ କବିତା ଆସରରେ ସର୍ବଶ୍ରୀ ଅଜୟ କୁମାର ମହାନ୍ତି, ରବିନ୍ଦ୍ର ନାଥ ମହାନ୍ତି, ଉପେନ୍ଦ୍ର କୁମାର ବସ୍ତିଆ, ବିନତା ମହାନ୍ତ, ତ୍ରିନାଥ ସିଂ, ଗଙ୍ଗାଧର ପୁହାଣ, ବ୍ରହ୍ମାନନ୍ଦ ପାଢ଼ୀ, ସୁମିତା ସ୍ବାଇଁ, ବ୍ରଜବିହାରୀ ଦାଶ, ଗଦାଧର ରଥ, କରୁଣାକର ପାଟ୍ଟଶାଣୀ, ହିମାଂଶୁ ସାହୁ, ସୁଶାନ୍ତ କୁମାର ନାୟକ, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶ୍ରୀ ମିଶ୍ର କବିତା ଗୁଡିକର ସମୀକ୍ଷା କରିଥିଲେ । ଶେଷରେ ଅନୁଷ୍ଠାନର ଯୁଗ୍ମ ସଂପାଦକ ଅଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି ଶ୍ରୀ ରାଉତଙ୍କ ଜନ୍ମଦିନ ଉପଲକ୍ଷେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ଭୂପେନ ମହାପାତ୍ର, ସୁନିଲ୍ ମହାନ୍ତି, ଶରତଚନ୍ଦ୍ର ରାଉତ, ରବିନ୍ଦ୍ର ଠାକୁର, ଅଶୋକ ପଟ୍ଟନାୟକ, କବିତା ଦାଶ, କମଳ ଆଚାର୍ଯ୍ୟ, କୁଳମଣି ଦାସ, ଶଙ୍କର ପ୍ରସାଦ ତ୍ରିପାଠୀ, କାଶୀନାଥ ନନ୍ଦୀ, ପ୍ରିୟା ପାତ୍ର, ନିରୁପମା ଚାନ୍ଦଙ୍କ ସମେତ ଶତାଧିକ ସଂଖ୍ୟାରେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.