csstore

ଫାଇଭ୍‌ ଟି ସଚିବଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତା ଅଗଷ୍ଟ ୬ରେ ଫାଇଭ୍‌ ଟି ସଚିବ ଭିକେ ପାଣ୍ଡିଆନଙ୍କ ଲୋଇସିଂହା ଗସ୍ତ ନେଇ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି । ସକାଳ ୧୦ ଟାରେ ହେଲିକେପ୍ଟର ଯୋଗେ ସେ ଲୋଅର ସୁକତେଲ ଡ୍ୟାମ ସାଇଟରେ ପହଞ୍ଚି ଡ୍ୟାମ ତଥା ସ୍ପିଲୱେ କାର୍ଯ୍ୟର ସମୀକ୍ଷା କରିବେ । ସେଠାରୁ ଯୋଗୀସର୍ଡାରେ ୧୦ ଟା ୪୦ ସୁଦ୍ଧା ପହଞ୍ଚି ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର ମହାଦେବଙ୍କ ଦର୍ଶନ କରିବା ପରେ ଲୋଇସିଂହା କଲେଜ ପଡିଆ ସ୍ଥିତ ହେଲିପ୍ୟାଡରେ ୧୧ ଟା ୩୦ ସୁଦ୍ଧା ପହଂଚିବାର କାର୍ଯ୍ୟକ୍ରମ ରହିଛି । ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ପ୍ରଦୀପ ସାହୁ, ରମାକାନ୍ତ ବିଶ୍ୱାଳ, ସରୋଜ ବେହେରା, ପ୍ରଶାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.