csstore

ସଦର ବ୍ଲକ କଂଗ୍ରେସର ସାଂଗଠାନିକ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକ କଂଗ୍ରେସର ଏକ ସାଂଗଠାନିକ ବୈଠକ ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଚନ୍ଦନଭାଟି ସ୍ଥିତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କଂଗ୍ରେସର ବରିଷ୍ଠ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର ଯୋଗଦାନ କରି ପ୍ରତ୍ୟେକ ବୁଥ ସ୍ତରରେ ବୁଥ କମିଟି ଗଠନ କରି ବୁଥକୁ ସଂଗଠନ କରିବା ସହ ଆଗାମୀ ଦିନରେ ଦଳକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ ଦେବା ସହ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡି ସରକାର ବିରୁଦ୍ଧରେ କର୍ମୀମାନଙ୍କୁ ଲୋକମାନଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି ଉପ-ସଭାପତି ମନୀଷ ମିଶ୍ର, ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଘାସିରାମ ବେହେରା, ପୂର୍ବ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଧର ବାରିକ, ଜୁଲୁ ପଟ୍ଟନାୟକ, ରାଜ୍ୟ କିଶାନ କଂଗ୍ରେସ ସଂପାଦକ ସରୋଜ ରଥ, ପୂର୍ବ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ବ୍ଲକ କିଶାନ କଂଗ୍ରେସ ସଭାପତି ଗଗନ ନାଥ ମଂଚାସୀନ ଥିବା ବେଳେ ଶଙ୍କର ପୁରୋହିତ, ଗୋପ ମେହେର, ଉମାକାନ୍ତ ନାଏକ, ଲିଙ୍ଗ ପୁଟେଲ, ସଂକିର୍ତ୍ତନ ମେହେର, ନରେନ୍ଦ୍ର ମେହେର, ବଳଦେବ ସାହୁ, ସତ୍ୟବାନ ସାହୁ, କୁନା ମିଶ୍ର, ରଘୁମଣି ପ୍ରଧାନ, ପ୍ରୀତମ ସାହୁ, ଲକ୍ଷ୍ମୀ ନାୟକ, ପ୍ରକାଶ ବରାଇ, ଯୋଗେଶ୍ୱର ପଟେଲ, ଉଗ୍ରସେନ ରାଉତ, ଟିଙ୍କୁ ପଟେଲ, ଜୟକିଶୋର ମିଶ୍ରଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.