ବିସିସିଆଇ ଅମ୍ପାୟାର୍‌ ପରୀକ୍ଷାରେ ଧିରଜ ସିଂ କୃତକାର୍ଯ୍ୟ

କଟକ : ପୂର୍ବତନ ରଣଜୀ ଖେଳାଳି ତଥା ବାମହାତୀ ସ୍ପିନର୍‌ ଧିରଜ ସିଂ କ୍ୟାରିୟରର ଦ୍ୱିତୀୟ ଭାଗରେ ଅମ୍ପାୟାରିଂ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ନିକଟରେ ଅନୁଷ୍ଠିତ ବିସିସିଆଇ ପର୍ଯ୍ୟାୟ-୨ ଅମ୍ପାୟରିଂ ପରୀକ୍ଷାରେ ସେ କୃତକାର୍ଯ୍ୟ ହୋଇଛନ୍ତି । ମୋଟ୍‌ ୧୫୦ ରୁ ଧିରଜ ୧୨୧ ନମ୍ବର ରଖିଛନ୍ତି । ସାରା ଦେଶରୁ ୧୧୦ଜଣ ପୂର୍ବତନ କ୍ରିକେଟର ଅମ୍ପାୟରିଂ ପରୀକ୍ଷା ଦେଇଥିଲେ । ସେଥିରୁ ୩୭ଜଣ ପାସ୍‌ କରିଛନ୍ତି ।

ଓଡ଼ିଶାରୁ ଧିରଜଙ୍କ ସମେତ ପୂର୍ବତନ କ୍ରିକେଟର ପ୍ରୀତମଜିତ୍‌ ଦାସ, ପାର୍ଥସାରଥି ସାମଲ, ଜ୍ୟୋତି କମଲ୍‌ ପରୀକ୍ଷା ଦେଇଥିଲେ । ଧିରଜ ଏକମାତ୍ର ଓଡ଼ିଆ ଭାବେ ବିସିସିଆଇ ପର୍ଯ୍ୟାୟ-୨ ପାସ୍‌ କରିଥିବା ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ତରଫରୁ ସୂଚନା ଦିଆଯାଇଛି । ଧିରଜଙ୍କ ଏହି ସଫଳତା ପାଇଁ ଓସିଏ ସଭାପତି ପ୍ରଣବପ୍ରକାଶ ଦାସ, ସମ୍ପାଦକ ସଞ୍ଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.