ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବନହୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତଥି ଭାବେ ପ୍ରକୃତିବନ୍ଧୁ ମୀନକେତନ ସାହୁ ଯୋଗଦାନ କରି ବର୍ତ୍ତମାନ ସମୟରେ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିଥିଲେ । ଏହି ଅବସରରେ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ପିଜୁଳି ଚାରା ବଣ୍ଟନ କରାଯାଇ ତାର ଯତ୍ନ କରିବାକୁ ପରାମର୍ଶ ଦିଆଯାଇଥିଲା । ଛାତ୍ରଛାତ୍ରୀ ମାନେ ମଧ୍ୟ ବୃକ୍ଷରୋପଣ କରି ତାର ଯତ୍ନ କରିବାକୁ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମେନ ଦଶରଥ ବରିହା ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ । ପରିଶେଷରେ ଶିକ୍ଷକ ସୂର୍ଯ୍ୟକାନ୍ତ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.