ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ମନରଞ୍ଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିଲ୍ଲୀ ଦରବାରରେ ସମ୍ମାନିତ ହେଲେ ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଓଟିଭି ପଶ୍ଚିମ ଓଡିଶା ବ୍ୟୁରୋ ହେଡ଼ ମନରଞ୍ଜନ ଯୋଶୀ । ତାଙ୍କୁ ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର ଠାରେ ପଲ୍ଲୀବାଣୀ ମିଶନ ତରଫରୁ ଓଡ଼ିଆ ଜର୍ଣ୍ଣାଲିଜମ ଆୱାର୍ଡରେ ସମ୍ମାନିତ କରାଯାଇଛି । ଏଥିପାଇଁ ତାଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଇଥିବା ବେଳେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସୂଚନା, ପ୍ରସାରଣ ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ପତଞ୍ଜଳି ସି. ଇ. ଓ ବାଳକ୍ରିଷ୍ଣନ ଓ ପ୍ରସିଦ୍ଧ ଲେଖକ ତଥା ସାମ୍ବାଦିକ ପ୍ରିୟା ସେହେଗାଲ ।

Leave A Reply

Your email address will not be published.

error: Content is protected !!