csstore

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହିଳା ଶିଶୁ ବିକାଶ ସମନ୍ୱିତ କାର୍ଯ୍ୟାଳୟ, ବ୍ଲକ ଡାକ ବଙ୍ଗଳା, ବ୍ଲକର ନୂତନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ବିଡ଼ିଓ ରିପୁନାଥ ସୁନା, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏକାଉଣ୍ଟ ଅଫିସର ଜ୍ୟୋତି ପ୍ରକାଶ ମିଶ୍ର, ସିଡିପିଓ ପ୍ରମିଳା ମହାନ୍ତି, ଠେମରା ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ, ଏମ୍‌ ବିକେ, ସିଆର୍‌ପିଙ୍କ ସହ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ଥିଲେ । ଦୀର୍ଘ ବର୍ଷ ହେଲା ପୁରୁଣା କୋଠାରେ କାର୍ଯ୍ୟ ଚାଲିଥିଲା ଏବେ ନୂତନ କୋଠା ହୋଇଥିବାରୁ ସମସ୍ତଙ୍କ ପାଇଁ ସୁବିଧା ହୋଇପାରିବ ବୋଲି ବିଧାୟକ କହିଛନ୍ତି ।

jayashree
Leave A Reply

Your email address will not be published.