ସୋନପୁର ସହରର ବଡବଜାର ଅଞ୍ଚଳରେ ସ୍ୱତଃ ଏନକ୍ରୋଚମେଣ୍ଟ ହଟାଇଲେ ସ୍ଥାନୀୟ ବାସିନ୍ଦା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ଗତ ତା ୧୪/୦୭/୨୩ ରିଖ ସକାଳେ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର ଡ୍ରେନେଜ, ପରିମଳ ତଥା ପିଇବା ପାଣି ବ୍ୟବସ୍ଥାର ସରଜମିନ ନିରୀକ୍ଷଣ କରି ସ୍ଥିତିର ତୁରନ୍ତ ବ୍ୟବସ୍ଥିତ ପଦକ୍ଷେପ ନେବାକୁ ପୌରନିର୍ବାହୀ ଅଧିକାରୀ ସୋନପୁରଙ୍କୁ ନିର୍ଦେଶ ଦେଇଥିଲେ । ନିର୍ବାହୀ ଅଧିକାରୀ ପୌରପରିଷଦ ବଡବଜାର ଅଞ୍ଚଳର ମୁଖ୍ୟ ରାସ୍ତାର ଡ୍ରେନ ଉପରେ ଅଥବା ରାସ୍ତାରେ ଏନକ୍ରୋଚ କରିଥିବା ଘର, ବାଡ଼ ତଥା ସିମେଣ୍ଟ ଢାଙ୍କୁଣୀ ପୂର୍ବକ ଜବରଦଖଲ କରିଥିଲେ ସେମାନଙ୍କୁ ଜବରଦଖଲ ହଟାଇବାକୁ ନୋଟିସ କରାଯାଇଥିଲା । ଗୃହ ମାଳିକମାନେ ରାସ୍ତା, ଡ୍ରେନ ତଥା ପରିମଳ ବ୍ୟବସ୍ଥାର ବାସ୍ତବିକତାକୁ ଅନୁଭବ କରି ଜବରଦଖଲକୁ ସ୍ୱତଃ ମୁକ୍ତ କରିଦେଇଛନ୍ତି । ସ୍ଥାନୀୟ ଅଞ୍ଚଳର ଜନସାଧାରଣ ତଥା ଗୃହ ଓ ଦୋକାନ ମାଳିକଙ୍କ ଦ୍ୱାରା ସ୍ୱତଃ ଜବରଦଖଲ ହଟାଇ ଅଞ୍ଚଳରେ ଏକ ସୁସ୍ଥ ଓ ସ୍ୱାସ୍ଥ୍ୟକର ପରିବେଶ ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଥିବାରୁ ଜିଲ୍ଲାପାଳ ଶ୍ରୀ ରାୟ ଅଂଚଳର ଅଧିବାସୀଙ୍କୁ ସାଧୁବାଦ ଜଣାଇଛନ୍ତି । ପୁନଶ୍ଚ ସହରର ଅନ୍ୟ ୱାର୍ଡ ଗୁଡିକରେ ମଧ୍ୟ ଏତାଦୃଶ କାର୍ଯ୍ୟ ନିମନ୍ତେ ଜନସାଧାରଣ ସ୍ୱତଃ ଆଗେଇ ଆସି ଏକ ସ୍ୱଚ୍ଛ ସୁନ୍ଦର ସହର ଗଠନରେ ଭାଗିଦାର ହେବାକୁ ପ୍ରଶାସନ ତରଫରୁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.