କଣ୍ଟାବାଞ୍ଜିକୁ ଜିଲ୍ଲା ଦାବୀ ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜିକୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା ଦିଆଯାଇଛି । ଜିଲ୍ଲା ସଙ୍ଘର୍ଷ ସମିତିର ଆହ୍ବାନ କ୍ରମେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଆଜିର ଏହି ବନ୍ଦରେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ଓ କାର୍ଯ୍ୟାଳୟ ବନ୍ଦ ରହିଛି । ଏଠାରେ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିଛି ।

କଣ୍ଟାବାଞ୍ଜିରେ ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ସ୍ଥାନୀୟ ଇନ୍ଦିରା ଛକ ନିକଟର ଜିଲ୍ଲା ସଙ୍ଘର୍ଷ ସମିତିର କର୍ମକର୍ତ୍ତାମାନେ ରାସ୍ତା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଜିର ଏହି ବନ୍ଦରେ ସହରର ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି । ବ୍ରଜଶ୍ୟାମ ଗୁରୁ (କାର୍ଯ୍ୟକାରୀ ସଭାପତି, ଜିଲ୍ଲା ସଙ୍ଘର୍ଷ ସମିତି), ଶେଷଦେବ ପଟେଲ (ସଭାପତି, ଜିଲ୍ଲା ସଙ୍ଘର୍ଷ ସମିତି), ବିଦେଶୀ ବେହେରା, ପ୍ରଦୀପ ବାଗ, ଦୁଃଖୀଶ୍ୟାମ ଗୁରୁ, ନରେନ୍ଦ୍ର ସୁନା ଓ ବିସର୍ବ ବେହେରା ପ୍ରମୁଖ ସ୍ଥାନୀୟ ଇନ୍ଦିରା ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ବସିଛନ୍ତି ।

Leave A Reply

Your email address will not be published.