jayashree

ଆର୍‌ବିଆଇ ସହାୟତାରେ ଆର୍ଥିକ ସାକ୍ଷରତା କର୍ମଶାଳା

କଳାହାଣ୍ଡି, (ପି.କେ. ସାହୁ) : ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ସାଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍‌ ସର୍ଭିସେସ୍‌ ପ୍ରାଇଭେଟ୍ ଲିମିଟେଡ଼ ଦ୍ୱାରା ମ.ରାମପୁର ବ୍ଲକର ସଂଚୟ ଶକ୍ତି ଭବନ ବୁରାଟଠାରେ ସ୍ଥାନୀୟ ସ୍ୱୟଂ ସହାୟିକା ଦଳର ସଭ୍ୟା, ଗୋଷ୍ଠୀ ସହାୟିକା, ଜମାକାରୀ ଓ କୃଷକମାନଙ୍କୁ ନେଇ ଏକ ଆର୍ଥିକ ସାକ୍ଷରତା ତଥା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମତୀ ବୀଣାପାଣି ସାହୁ (ସରପଞ୍ଚ ମ.ରାମପୁର ଗ୍ରାମ ପଞ୍ଚାୟତ), ଆଇନଜୀବୀ ସତ୍ୟ ନାରାୟଣ ସାହୁ, ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଓ ଥାନା ଅଧିକାରୀ ସଚିନ୍ଦ୍ର କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଡିଜିଟାଲ କାରବାର ଏବଂ ସୁରକ୍ଷିତ ବ୍ୟାଙ୍କିଙ୍ଗ୍‌ ପାଇଁ ଉପସ୍ଥିତ ମହିଳାମାନଙ୍କୁ ସଚେତନ କରିଥିଲେ । ସେ କହିଥିଲେ ବ୍ୟାଙ୍କ୍ ଖାତା ଖୋଲିଲା ବେଳେ ଆମେ ଜଣଙ୍କୁ ନାମାଙ୍କନ ଭାବେ ଉଲ୍ଲେଖ କରିବାକୁ ହୋଇଥାଏ । ଦୁର୍ଭାଗ୍ୟ ବଶତଃ ବ୍ୟାଙ୍କ୍ ଖାତାଦାରଙ୍କ ମୃତ୍ୟୁ ହେଲେ ନାମାଙ୍କିତ ବ୍ୟକ୍ତିଙ୍କୁ ଜମା ଟଙ୍କା ମିଳିଥାଏ । କିନ୍ତୁ ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ବିବରଣୀ ଅନୁଯାୟୀ ମୋଟ ତିରିଶ ହଜାର କୋଟି ଜମା ଟଙ୍କାର ବର୍ତମାନ ଯାଏଁ କୌଣସି ଦାବୀଦାର ନାହାନ୍ତି । ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଅନୁବନ୍ଧିତ ବିଭିନ୍ନ ବ୍ୟାଙ୍କଗୁଡ଼ିକର ସେବା ତଥା ଆର୍ଥିକ ସାକ୍ଷରତା ବିଷୟରେ ବ୍ୟାଙ୍କର ଗ୍ରାହକମାନଙ୍କୁ ସଚେତନ ଅଭିଯାନ ଆରମ୍ଭ ହୋଇଛି । ତାଲିମଦାତା ଭାବରେ ପ୍ରକାଶ ଚନ୍ଦ୍ର ସାହୁ ଏବଂ ସୁଶ୍ରୀ ମାମିତା ପୁଝାରୀ ସମସ୍ତଙ୍କୁ ବିଭିନ୍ନ ସରକାରୀ ବୀମା ଯୋଜନା, ଜମା ଯୋଜନା, ପେନ୍‌ସନ୍‌ ଯୋଜନା ଆଦି ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନର୍ଲା ବ୍ଲକର ବିଭିନ୍ନ ଗ୍ରାମରୁ ୬୦ ଜଣ ମହିଳା ଓ କୃଷକ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମମତା ପୂଜାରୀ, ପ୍ରଗତୀ ଚାଷୀ, ସବିତା ସ୍ୱାଇଁ, ପୂର୍ଣ୍ଣିମା ବଗର୍ତ୍ତୀ, ଭଗବାନ ରଣା, ଉତ୍କଳ, ଗୁଣବନ୍ତ ବାରିକ, ଜନକ ଦୀପ, ବଂଶୀଧର ରଣା ଓ ବ୍ୟାଙ୍କ୍ ଷ୍ଟାଫ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.