ଓଡିଶାରେ ଭର୍ତ୍ତି ହୋଇ ଛତିଶଗଡରେ ଧରା ପଡିଲା ଗଞ୍ଜେଇ ବୋଝେଇ ଟ୍ରକ୍ : ୧ ଗିରଫ

ଉମରକୋଟ : ଓଡ଼ିଶାରେ ଭର୍ତ୍ତି ହୋଇ ରାଜସ୍ଥାନକୁ ଚାଲାଣ ହେଉଥିବା ସମୟରେ ଛତିଶଗଡ ପୋଲିସ ହାତରେ ଧରା ପଡ଼ିଲା ଏକ ଗଞ୍ଜେଇ ବୋଝେଇ ଟ୍ରକ୍ । ଜବତ ଟ୍ରକ୍‌ରୁ ବାହାରିଲା ୪ କ୍ବିଣ୍ଟାଲ ଗଞ୍ଜେଇ । ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ସୀମାବର୍ତ୍ତୀ ରାଜ୍ୟ ଛତିଶଗଡ ଦେଇ ଓଡିଶାରୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଛି । ଏହା ଉପରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆସୁଥିବା ବେଳେ ମହାସମୁନ୍ଦ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଫଳଗଛର ଚାରା ସହିତ ଗଞ୍ଜେଇ ବୋଝେଇ କରି ଓଡ଼ିଶାର ବରଗଡ଼ ଅଂଚଳରୁ ଛତିଶଗଡ଼ ଦେଇ ମଧ୍ୟପ୍ରଦେଶକୁ ଟ୍ରକ୍‌ଟି ଯାଉଥିଲା । ସେହି ସମୟରେ ଟ୍ରକ୍‌ଟିକୁ ମହାସମୁନ୍ଦ ଜିଲ୍ଲାର ସିଙ୍ଗୋଡା ପୋଲିସ ଜବତ କରିଛି । ଏଥିସହ ଚାଲାଣକାରୀଙ୍କୁ ଗିରଫ କରିବା ସହିତ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରାଯାଇଛି ।

Leave A Reply

Your email address will not be published.