csstore

ମିଡିଆକିଆର ନୂଆସାହି ବିଦ୍ୟାଳୟରେ ୭୪ତମ ବନ ମହୋତ୍ସବ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତର ନୂଆସାହି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୪ତମ ବନ ମହୋତ୍ସବ ପ୍ରଧାନ ଶିକ୍ଷକ ଜଗଦିଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରମୋଦ ପୂଜାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ମଧ୍ୟରେ ସ୍ମିତାରାଣୀ ନାୟକ, କିମନ୍ତି ମଳିକ, ସରୋଜିନୀ ମଳିକ, ଖଗପତି ସେଠୀ ପ୍ରମୁଖ ଯୋଗଦେଇ “ଗଛ ଟିଏ ଜୀବନ ଟିଏ” ଉକ୍ତିରେ ପ୍ରତ୍ୟେକ ବ୍ୟକ୍ତି ଗଛଟିଏ ଲଗାଇ ସଂସାରକୁ ରକ୍ଷା କରିବା ଉଚିତ ବୋଲି କହିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଁଳା, ପିଜୁଳି, ପଣସ, ଶିଶୁ, ଆମ୍ବ, କୃଷ୍ଣଚୁଡା, ରାଧାଚୁଡା, ନିମ୍ବ, ଜାମୁ ସମେତ ବିଭିନ୍ନ ବୃକ୍ଷ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ।

jayashree
Leave A Reply

Your email address will not be published.