csstore

ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘର ନୂତନ ସଭାପତି ଭାବେ ସର୍ବସମ୍ମତି କ୍ରମେ ଶ୍ୟାମସୁନ୍ଦର ଭୋଇଙ୍କୁ ମନୋନୀତ କରାଯାଇଛି । ପୂର୍ବରୁ ସେ ଉପସଭପତି ଭାବେ ଦାୟିତ୍ୱ ତୁଲାଉଥିଲେ । ସଭାପତି ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ଭୋଇଙ୍କୁ ଲୋଇସିଂହା ଆଦିବାସୀ କଲ୍ୟାଣ ଭବନ ଠାରେ ଆଦିବାସୀ ସମାଜ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରତ୍ୟୁତ୍ତରରେ ଶ୍ରୀ ଭୋଇ ନିଜର ଦାୟିତ୍ୱ ଅଧିକ ବଢିଯାଇଥିବା ସହିତ ଆଗାମୀ ଦିନରେ ସଂଘ ତରଫରୁ ବିଭିନ୍ନ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ । ଲୋଇସିଂହା ବ୍ଲକ ସଭାପତି ଦଶରଥ ଛତ୍ରିଆ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଗୋଣ୍ଡ ସମାଜର ରାଜ୍ୟ ଉପସଭାପତି ବିନୋଦ ବିହାରୀ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଗଲପୁର ବ୍ଲକ ସଭାପତି ଭୁବନେଶ୍ୱର ଧରୁଆ, ଲୋଇସିଂହା ବ୍ଲକ ସମ୍ପାଦକ ଗୋପାଳ ପଧାନ, ପବିତ୍ର ଧରୁଆ, ଅଶ୍ୱନୀ ରାଏ, ରୁକ୍ମଣ ଧରୁଆ, ଲଳିତ ମୋହନ ପୁଟା, ଅଶୋକ ରାଏ, ଦେବାଶିଷ ବିଶୋଇ, ସଦାନନ୍ଦ ଧରୁଆ, କୁମର ସଲତର, ଚନ୍ଦ୍ରଶେଖର କୁଅଁର, ମାଧବ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.