ୟୁସିସିକୁ କଡା ଟକ୍କର ଦେବ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ

  • କେନ୍ଦ୍ର ସରକାର ୟୁସିସି ପ୍ରତ୍ୟାହାର ନ କଲା ପର୍ଯ୍ୟନ୍ତ ହେବ ଜୋରଦାର ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସର୍କିଟ ହାଉସଠାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ଆହ୍ୱାନ କ୍ରମେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କେନ୍ଦ୍ର ସରକାରର ୟୁସିସି ବିଲ ପାରିତ ହେଲେ ଆଦିବାସୀମାନେ କେଉଁ ପ୍ରକାର ଅସୁବିଧା ସମ୍ମୁଖୀନ ହେବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରି ଆଗାମୀ ଦିନରେ ୟୁସିସି ବିରୋଧରେ ତୃଣମୂଳ ସ୍ତରରେ ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ସମ୍ପାଦକ ଅକ୍ଷୟ କୁମାର ଭୋଇ, ନୂଆପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମ୍ପାଦକ ବାଳକୃଷ୍ଣ ଶବର, ଭାନୁପ୍ରତାପ ସିଂ ମାଝୀ, ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଉପସଭାପତି ଶ୍ୟାମ ସୁନ୍ଦର ଭୋଇ ଉପସ୍ଥିତ ଥିବା ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାର କର୍ମକର୍ତା ୟୁସିସି ବିରୋଧରେ ଦୃଢ଼ ଜବାବ ସହ ସ୍ୱର ଉତ୍ତୋଳନ କରିବାକୁ ମତାମତ ରଖିଥିଲେ । ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ଓ ବ୍ଲକ ସ୍ତରରେ ଜୋରଦାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେବା ସହ ଆନ୍ଦୋଳନ ବାର୍ତାକୁ ତୃଣମୂଳ ସ୍ତରକୁ ପହଞ୍ଚାଇ ଅଗଷ୍ଟ ୯ ଓ ନଭେମ୍ବର ୧୫ରେ ବିଶାଳ ରେଲି ମାନ କରିବା ପାଇଁ ସଙ୍ଘ ପକ୍ଷରୁ ଆହ୍ୱାନ କରାଯାଇଛି ।

jittmm
Leave A Reply

Your email address will not be published.