csstore

ଟିଟିଲାଗଡ଼ ଲାୟନ୍ସ କ୍ଲବ ତରଫରୁ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କୁ ବିସ୍କୁଟ ଓ ପାଉଁରୁଟି ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡିଛି । ଶ୍ରାବଣ ମାସ ତଥା ବର୍ଷ ତମାମ ବହୁତ ଭକ୍ତ ଟିଟିଲାଗଡରେ ଥିବା ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ଚଳିତ ବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାର ଉପଲକ୍ଷେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ସେବା କାର୍ଯ୍ୟ ପ୍ରଦାନ କରିବା ପାଇଁ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ବିଭିନ୍ନ କାର୍ଯ୍ୟମାନେ ହାତକୁ ନେଇଥାଏ । ନୂତନ ସଭାପତି ଭାବେ ଦାୟିତ୍ଵ ନେଇଥିବା କ୍ଲବର ସଭାପତି ସନ୍ତୋଷ ମହାନ୍ତି ନିଜର କାର୍ଯ୍ୟଭାର ନେବା ପରେ ପ୍ରଥମ ପ୍ରୋଜେକ୍ଟ ଅନ୍ତର୍ଗତ ସ୍ଥାନୀୟ ଧବଳେଶ୍ଵର ମନ୍ଦିରର ପ୍ରାଙ୍ଗଣରେ କ୍ଲବ ସଦସ୍ୟଙ୍କ ଦ୍ୱାରା ଭକ୍ତଙ୍କୁ ବିସ୍କୁଟ ଓ ପାଉଁରୁଟି ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପ୍ରୋଜେକ୍ଟର ପରିଚାଳନା ପାଇଁ ପ୍ରୋଜେକ୍ଟ ଚେୟାରମେନ ଆଶୀର୍ବାଦ ମହାପାତ୍ର ଦାୟିତ୍ଵ ନେଇଥିବା ବେଳେ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ କ୍ଲବର ସଂପାଦକ ଅଜିତ ପାତ୍ର, ପୂର୍ବତନ ସଭାପତି ଲିଙ୍ଗରାଜ ସାହୁ, ମିଡ଼ିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଦୀପକ ପୃଷ୍ଟି, ସଦସ୍ୟ ଦୀପକ ଗୋଏଲ, ଆନନ୍ଦ ଜୈନ, ରବୀନ୍ଦ୍ର ପାତ୍ର, ସୁଧିର ମେହେରଙ୍କ ସହ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.