ନୃସିଂହନାଥ ହାଇସ୍କୁଲରେ ୭୪ତମ ବନ ମହୋତ୍ସବ ପାଳିତ

  • ଗଛ ଲଗାଇ ବଞ୍ଚାଇ ପାରିଲେ ପ୍ରକୃତ ବନ ମହୋତ୍ସବ ପାଳନ ସଫଳ ହେବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନୃସିଂହନାଥ ହାଇସ୍କୁଲରେ ଶନିବାର ୭୪ତମ ବନ ମହୋତ୍ସବ ପାଳନ କରାଯାଇଛି । ସକାଳ ୭ଟାରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ନିକଟସ୍ଥ ଜର୍ଗଗଡ଼ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମବାସୀଙ୍କୁ ଗଛ ଲଗାଇବା ପାଇଁ ବାର୍ତ୍ତା ଦେଇ ଥିଲେ । ଏନେଇ ସ୍କୁଲରେ ଏକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ମୋହିନୀ ଦଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବଡ ଶତପଥି ଓ ବିଭୁତି ମୁଣ୍ଡ, ପ୍ରକୃତି ବନ୍ଧୁ ଦ୍ୱୟ ଯୋଗଦେଇ ଗଛ ଲଗାଇଲେ କ’ଣ ହେବ ଓ ଗଛ ନ ଲଗାଇଲେ କ’ଣ ହେବ ସେ ନେଇ ଛାତ୍ରଛାତ୍ରୀମାନଙ୍କୁ ବିଷଦ ଭାବରେ ବୁଝାଇବା ସହ ଗଛ ଲଗାଇ ତାକୁ ବଞ୍ଚାଇ ପାରିଲେ ପ୍ରକୃତରେ ବନ ମହୋତ୍ସବ ପାଳନ ଯଥାର୍ଥ ହେବ ବୋଲି ନିଜସ୍ୱ ବକ୍ତବ୍ୟ ରଖି ଥିଲେ । ସ୍କୁଲ ପରିସରରେ ଥିବା ହାର୍ବଳ ଗାଡର଼୍ନରେ ଅନେକ ଔଷଧୀୟ ବୃକ୍ଷ ଛାତ୍ରଛାତ୍ରୀମାନେ ନିୟମ ଅନୁସାରେ ଲଗାଇ ଗଛକୁ ବଞ୍ଚାଇବା ପାଇଁ ଶପଥ ନେଇଥିଲେ । ଶେଷରେ ସୁବାସ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.