ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଅନ୍ତର୍ଗତ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ଡଙ୍ଗରପଡା ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ବିଳାସପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆର୍ତ୍ତବନ୍ଧୁ ମିଶ୍ର ଓ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଦୁଇ ଜଣ ଚତୁର୍ଥ କର୍ମଚାରୀ ଜଗନ୍ନାଥ ପଧାନ ଓ ନାରାୟଣ ଷାଣ୍ଢଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସମ୍ବର୍ଦ୍ଧନାରେ ସଭାପତି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ ମିଶ୍ର ମୁଖ୍ୟ ଅତିଥି ଭାବରେ ଦେଓଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୟାନିଧି ଖମାରୀ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ବିଆର୍‌ସିସି ଶ୍ୟାମ ସୁନ୍ଦର ଦାସ ଓ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ କର୍ମୀ ଏବଂ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଯୋଶୀ ଯୋଗ ଦେଇଥିଲେ । ଉତ୍ସବରେ ପୂର୍ବତନ ସିଆର୍‌ସିସି ସୁଶାନ୍ତ ସାହୁ, ନିତେଇ ବେମାଲ, ସତ୍ୟ ନାରାୟଣ ସେନାପତି, ପଞ୍ଚାନନ ଭୋଇ, ଜଗଦା ଭୋଇ ଏବଂ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଳାସପୁରର ବିଦ୍ୟାଳୟ ପରିଚାଳନା କମିଟି, ବିଦ୍ୟାଳୟର ସମସ୍ତ ପୂର୍ବତନ ସଭାପତିମାନଙ୍କ ସହ ପୂର୍ବତନ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜିତ ମିଶ୍ର ସଭା ପରିଚାଳନା କରିଥିବା ବେଳେ ପରିଶେଷରେ ଶିକ୍ଷକ ଯଶୋବନ୍ତ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.