csstore

କପିଲାଭଟା ହାଇସ୍କୁଲରେ ୭୪ତମ ବନ ମହୋତ୍ସବ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆଜି ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକଙ୍କ ସଭାପତିତ୍ୱରେ ମୋ’ ସ୍କୁଲ ଅଭିଯାନର ସଭାପତି ତଥା ପୁରାତନ ଛାତ୍ର ପୃଥିରାଜ ବାଗ, ସମିତି ସଭ୍ୟ କେଦାର ଭୋଇ, ମା’ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଶୁଭାକର ନାଗ ପ୍ରମୁଖ ଉପସ୍ଥିତ ରହି ପରିବେଶର ଉପକାରିତା ବିଷୟରେ ନିଜର ବକ୍ତବ୍ୟ ଦେଇଥିଲେ ଓ ସମସ୍ତେ ଗଛ ଲଗାଇବା ସହିତ ସୁରକ୍ଷିତ ରଖିବୁ ବୋଲି ଶପଥ ପାଠ କରିଥିଲେ । ଶିକ୍ଷକ ଶିବରାମ ସ୍ୱାଇଁ, କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ନୀଳମଣି ବିଶି, ଯୋଗିଚନ୍ଦ୍ର ବିଶି, କିରାଣୀ ବୃନ୍ଦାବନ ବେହେରା, କର୍ମଚାରୀ ନରଫଳ ହଂସ, ଗଣେଶ ବିଶି, ତୁଲାରାମ ଛତ୍ରିଆ ପ୍ରମୁଖଙ୍କ ସହ ସ୍କୁଲର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ ।

jayashree
Leave A Reply

Your email address will not be published.