csstore

ଅର୍ଜୁନପୁର ହାଇସ୍କୁଲରେ ହିନ୍ଦୀ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟ ସାମ୍ନାରେ ହିନ୍ଦୀ ଶିକ୍ଷକ ଡିଙ୍ଗର ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ ରଥଙ୍କର ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା । ସଭା ପ୍ରାରମ୍ଭରେ ବିଜ୍ଞାନ ଶିକ୍ଷକ ଅରବିନ୍ଦ ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ଆକୁଳ ଗଡତିଆ, ଅଲେଖ ଚନ୍ଦ୍ର ବିଶ୍ୱାଳ, ପୂର୍ବତନ ପ୍ରଧାନ ଶିକ୍ଷକ ଜିବେଶ୍ୱର ପ୍ରଧାନ, କୁତୁର୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ ସାହୁ, ଜରାସିଂହା ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶତ୍ରୁଘ୍ନ ଘଡେ଼ଇ, ବିଦ୍ୟାଳୟର ପୂର୍ବତନ ସଂସ୍କୃତ ଶିକ୍ଷକ କଷ୍ଟ କଲତା ଓ ବିଶିଷ୍ଟ କ୍ରୀଡା ଶିକ୍ଷକ ମୋହନ ସାହୁ ତଥା ଏସ୍‌ଏମ୍‌ଡିସି ଏବଂ ମୋ ସ୍କୁଲ ସମିତିର ସଭ୍ୟସଭ୍ୟା ଯୋଗଦେଇ ଶ୍ରୀ ରାଉତଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମଧୁସ୍ମିତା ସାହୁ, ଜିତେନ୍ଦ୍ର ନାଏକ, ତାପସ ବିଶ୍ୱଳ, କରୁଣା ପଧାନ, ନେପାଲ ଡ଼ାଙ୍ଗ, ଗୁପ୍ତେଶ୍ୱର କୁଅଁର, ମୃତ୍ୟୁଞ୍ଜୟ ଲୁହା, ଚମ୍ପୁଲାଲ ମୁନା, ଜିତେନ୍ଦ୍ର ପଟେଲଙ୍କ ସହ ବିରେନ୍ଦ୍ର ନାଗ ଓ ପ୍ରବୀଣ କର୍ତ୍ତି ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସଭା ଶେଷରେ କଳା ଶିକ୍ଷକ ସୁମନ୍ତ ପରୁଆ ଧନ୍ୟବାଦ୍ ଅର୍ପଣ କରି ସଭାକୁ ସାଙ୍ଗ କରିଥିଲେ ।

jayashree
Leave A Reply

Your email address will not be published.