csstore

ଜାତୀୟ ଡାକ୍ତର ଦିବସ ପାଳନ ଓ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଛି । ଏହି ଅବସରରେ ଆର୍‌ଜିଏଚ୍‌ଠାରେ ଅନୁଷ୍ଠାନ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ କରାଯାଇ ୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରକ୍ତଭଣ୍ଡାରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ମାୟସା ସୋରେନ ଓ ସୀମାଦ୍ରୀ ତନୟା ସାହୁ ପ୍ରମୁଖ ସହଯୋଗ କରିଥିଲେ । ରୋଟାରୀ ଭାଇବ୍ରାଣ୍ଟ ତରଫରୁ ପିଡିଜି ରୋଟାରୀଆନ ଫକୀର ଚରଣ ମହାନ୍ତି, ରୋଟାରୀ କ୍ଲବ ଡିଷ୍ଟ୍ରିକ୍ଟ ୩୨୬୦ର ଡିଜି ରୋଟାରୀଆନ ମନଜିତ ସିଂ ଆରୋରା, ଉପଦେଷ୍ଟା ରୋଟାରୀଆନ ଆଲାମ ସିଂ ରୁପ୍ରା, ସଭାପତି ରୋଟାରୀଆନ ଗଣେଶ୍ବର ପଟ୍ଟନାୟକ, ଆଗାମୀ ବର୍ଷ ପାଇଁ ନିର୍ବାଚିତ ସଭାପତି ରୋଟାରୀଆନ ପ୍ରଶାନ୍ତ ରଂଜନ ପାତ୍ର, ଉପସଭାପତି ରୋଟାରୀଆନ ଡ. ମୀନତି ପଣ୍ଡା, ସଂପାଦକ ରୋଟାରୀଆନ ଡ. ସଂଯୁକ୍ତା ପତି, ରୋଟାରୀଆନ ସର୍ବଶ୍ରୀ ଅଜିତ ମୋହନ ପୂଜାରୀ, ବସନ୍ତ କୁମାର ତନ୍ତୀ, କାଜଲ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.