oom

ରାଷ୍ଟ୍ରୀୟ ରକ୍ତ ଶିକୁଳି ଜନିତ ରକ୍ତହୀନତା ଅଭିଯାନର ଶୁଭାରମ୍ଭ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ରକ୍ତ ଶିକୁଳି ଜନିତ ରକ୍ତହୀନତା ଅଭିଯାନର ଶୁଭାରମ୍ଭ ମଧ୍ୟପ୍ରଦେଶର ସାହାଡୋଲଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆଭାସୀ ଜରିଆରେ ସୁବର୍ଣ୍ଣପୁରରୁ ଆରମ୍ଭ କରାଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ନିରଞ୍ଜନ ପୂଜାରୀ ଯୋଗଦାନ କରି ୧୫ ଜଣ ସିକିଲ ସେଲ ହିତାଧିକାରୀଙ୍କୁ ସିକିଲସେଲ କାର୍ଡ ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱରଂଜନ ପତି, ଜିଲ୍ଲା ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୈତ୍ୟ ନାରାୟଣ ପାଢ଼ୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମନୋଜ ଅଦାବର, ଡିପିଏମ୍‌ ବିଶ୍ୱମ୍ବର ବେହେରା, ପ୍ରମୁଖ ଉପସ୍ଥିତ ରହିଥିଲେ । ସେହିପରି ଏହି ଶୁଭ ଅବସରରେ ଜିଲ୍ଲାର ସମସ୍ତ ୮୯ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମର ଶୁଭାରମ୍ଭ ପୂର୍ବକ ଚିହ୍ନଟ ହିତାଧିକାରୀଙ୍କୁ ସିକିଲ ସେଲ କାର୍ଡ ପ୍ରଦାନ କରାଯାଇଛି । ଅନୁଷ୍ଠିତ ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ତଥ୍ୟ ପରିଚାଳକ ପ୍ରଦୀପ ସାହୁ, ଡେପୁଟି ମ୍ୟାନେଜର ସୁଧାଂଶୁ ନାୟକ, ସହ କାର୍ଯ୍ୟକ୍ରମ ପରିଚାଳକ ତରଣୀ ସେନ ପ୍ରଧାନ, ଜିଲ୍ଲା ହିସାବ ପରିଚାଳକ ସରୋଜ ପଣ୍ଡା, ସିକିଲ ସେଲ ପରିଚାଳକ ଲେନିନ ପ୍ରଭା ସାହୁ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.