csstore

ସରପଞ୍ଚଙ୍କ ଭ୍ରାତୃ ବିୟୋଗ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବାଦୀବାହାଲର ସରପଞ୍ଚ ପ୍ରଶାନ୍ତ ତ୍ରିପାଠୀଙ୍କ ବଡ଼ଭାଇ ସୂର୍ଯ୍ୟନାରାୟଣ ତ୍ରିପାଠୀ(ବିରାଟ)ଙ୍କ ଶନିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱର୍ଗତ ତ୍ରିପାଠୀ ବାଦୀବାହାଲ ପଂଚାୟତରେ ସରପଞ୍ଚ ଏବଂ ସମିତି ସଭ୍ୟ ଭାବେ ପୂର୍ବରୁ ଦାୟିତ୍ୱ ନିର୍ବାହ କରିବା ସହିତ ନବନିର୍ମାଣ କୃଷକ ସଙ୍ଗଠନର କୋର କମିଟି ସଦସ୍ୟ ଥିଲେ । ତାଙ୍କର ଏକମାତ୍ର ପୁତ୍ର ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ବଲାଙ୍ଗିରର ପୂର୍ବତନ ସାଂସଦ ବାଲଗୋପାଲ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି । ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, ନବନିର୍ମାଣ କୃଷକ ସଙ୍ଗଠନ ଜିଲ୍ଲା ସଂଯୋଜକ ହିମାଂଶୁ ଶେଖର ସାହୁ, କୁଶମେଲ ସରପଞ୍ଚ କୌସ୍ତୁଭ ସାହୁ ପ୍ରମୁଖ ସ୍ୱର୍ଗତ ତ୍ରିପାଠୀଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.