ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିଧାୟକ ସରୋଜ ମେହେରଙ୍କ ଆଲୋଚନା

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବିଧାୟକ ସରୋଜ ମେହେର ବେଲପଡା ବ୍ଲକ ଅନ୍ତର୍ଗତ ବେଲପଡା ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିବା ବେଳେ ବେଲପଡା ବ୍ଲକ ଅନ୍ତର୍ଗତ ସମସ୍ତ ୨୪ ଗୋଟି ପଞ୍ଚାୟତର ସରପଞ୍ଚ ମାନଙ୍କ ସହିତ ବିଭିନ୍ନ ବିଷୟ ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବହୁମୁଖୀ ଜନମଙ୍ଗଳ କାର୍ଯ୍ୟଧାରାକୁ ଜନସାଧାରଣରେ ପହଂଚାଇବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସାମିଲ୍‌ ହୋଇ ଯୋଜନାରେ ଲାଭାନ୍ୱିତ ହେବା ସଂପର୍କରେ ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିଥିଲେ ।

Leave A Reply

Your email address will not be published.