csstore

ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବନବିଭାଗ ପକ୍ଷରୁ ୭୪ତମ ବନ ମହୋତ୍ସବ ୨୦୨୩ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ ହେଉଛି । ଏହି ଅବସରରେ ଆଜି ଖପ୍ରାଖୋଲ ବ୍ଲକର ନାନ୍ଦୁପଲା ପଞ୍ଚାୟତ ଅନ୍ତର୍ଗତ ତୁର୍ଲା ବଡ଼ ଜଙ୍ଗଲଠାରେ ବୃକ୍ଷ ରୋପଣ ମହୋତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଜଙ୍ଗଲ ଯେଭଳି ନଷ୍ଟ ହେବାରେ ଲାଗିଛି ତାହା କିପରି ରୋକାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଥିବା ସଙ୍ଗେ ସଙ୍ଗେ ଗଛଟିଏ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ ଉଦ୍ଧେଶ୍ୟ ରଖି ଏହାକୁ ପାଳନ କରାଯାଇଥିଲା । ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ଏବଂ କର୍ତ୍ତବ୍ୟ ବୋଲି ହରିଶଙ୍କର ରେଞ୍ଜ ଅଧିକାରୀ ଗିରିଧାରୀ ନାଗ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ, ବନପାଳ ସନ୍ଧ୍ୟାରାଣୀ ସେଠ୍, ବନପାଳ ସୁଧୀର କୁମାର ଜେନା, ବନପାଳ ଅରବିନ୍ଦ ଧରୁଆ, ବନପାଳ ଘାସିରାମ ଦୀକ୍ଷିତଙ୍କ ସହ ସମସ୍ତ ବନ କର୍ମଚାରୀ ଏବଂ ତୁର୍ଲା ଗ୍ରାମବାସୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.