ତୁରେକେଲା ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଅନ୍ତର୍ଭୁକ୍ତ) ତୁରେକେଲା ତରଫରୁ ନବାଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟନ୍ତ ପ୍ରଧାନଙ୍କୁ ସ୍ୱାଗତ କରାଯାଇଥିଲା । ସଂଘର ସଭାପତି ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ତୁରେକେଲା ବ୍ଲକରେ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଫୁଲତୋଡା ଓ ଉପଢୌକନ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ତୁରେକେଲା ବ୍ଲକରେ ଶିକ୍ଷକ, ଶ୍ରେଣୀ କୋଠରୀ ଓ ପାନୀୟ ଜଳର ଅଭାବ ରହିଛି ତେଣୁ ଏହାପ୍ରତି ଦୃଷ୍ଟି ଦେବାକୁ ଶ୍ରୀ ଦାଶ କହିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନେ ଯେପରି ଦରମା ନିୟମିତ ମାସର ଶେଷ ଦିବସରେ ପାଇବେ ଓ ସେମାନଙ୍କର କାର୍ଯ୍ୟ ଗୁଡିକ ଶୀଘ୍ର ସମାଧାନ ହୋଇପାରିବ ବୋଲି ଶ୍ରୀ ଦାଶ ଦାବୀ କରିଥିଲେ । ତୁରେକେଲା ବ୍ଲକରେ ଶିକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଯେପରି ହେବ ସେଥିପ୍ରତି କାର୍ଯ୍ୟାଳୟ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବାକୁ ଶିକ୍ଷା ଅଧିକାରୀ ସମ୍ମତି ପ୍ରଦାନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ସମ୍ପାଦକ ଜାନକୀରାମ ସାମବେଦମ, ପରାମର୍ଶ ଦାତା ଧନସିଂ ମାଝୀ, ପ୍ରେମରାଜ ପାଣିଗ୍ରାହୀ, ଶିକ୍ଷୟିତ୍ରୀ ଟିକେଶ୍ୱରୀ ସେଠ, ବିନୋଦିନୀ ତାଣ୍ଡୀ, ଶୁଭଦୀପ୍ତା ଦାଶ, ବିମଳ ପାଣ୍ଡେ, କୃତିକର ଜାଲ, ରବୀନ୍ଦ୍ର ରଥଙ୍କ ସମେତ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.