ଅବକାରୀ ବିଭାଗ ଦ୍ୱାରା କଫ୍‌ ସିରପ୍‌ ଜବତ ସହ ଜଣେ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ବାଁକାପଡାରୁ କଫ୍‌ ସିରପ୍‌ ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ଆକାଶ ବାଇକର ବୟସ ୩୫ । ସୂଚନା ଅନୁସାରେ ଆକାଶ ବେଆଇନ ଭାବରେ କଫ୍‌ ସିରପ୍‌ ବିକ୍ରି କରୁଥିବା ନେଇ ଅବକାରୀ ବିଭାଗ ଖବର ପାଇଥିଲା । ଏହାପରେ ତାଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଅବକାରୀ ବିଭାଗ । ତାଙ୍କୁ ଗିରଫ୍‌ କରିବା ବେଳେ ତାଙ୍କ ନିକଟରୁ ୭୪ ବୋତଲ କଫ ସିରପ ବାହାରିଥିଲା । ଏନେଇ କଫ୍‌ ସିରପ୍‌ ଜବତ କରିବା ସହିତ ଆକାଶଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.