ଫାଇନାନ୍ସ ଟଙ୍କା ସୁଝି ନପାରି ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସୁଦପଡା ରେଲୱେ ଫ୍ଲାଏଓଭର ବ୍ରିଜ ତଳେ ଟ୍ରେନରେ କଟି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଓଡ଼ିଆପାଲି ଗ୍ରାମର ତାରାକାନ୍ତ ସାହୁ ବୋଲି ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ତାରାକାନ୍ତ ଫାଇନାନ୍ସ କରି ଏକ ଟାଟା ଏସି ଗାଡ଼ି କିଣିଥିଲେ । କିନ୍ତୁ କୋଭିଡ୍‌ ପରେ ଗାଡ଼ି ଚଳାଚଳ ବନ୍ଦ ହେବାରୁ ସେ ଆଉ ଫାଇନାନ୍ସ ଟଙ୍କା ସୁଝି ପାରିନଥିଲେ । ଫଳରେ ସବୁବେଳେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ । ଆଜି ସକାଳୁ ଘରୁ ବାହାରି ଆସି ସୁଦପଡା ରେଳ ଫ୍ଲାଏଓଭର ଠାରେ ଥିବା ରେଳ ଲାଇନ ଉପରେ ଶୋଇ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଖବର ପାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଜିଆରପି ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.