csstore

ବଲାଙ୍ଗିର ଯାଦବ ସମାଜ ତରଫରୁ ସପ୍ତାହ ବ୍ୟାପୀ ବୃକ୍ଷରୋପଣ : ସାଂସଦଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ନୂତନ ଗୃହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ସମାଜ ପକ୍ଷରୁ ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବନ ମହୋତ୍ସବ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଏ ବର୍ଷ ମଧ୍ୟ ଯାଦବ ଭବନରୁ ଯାଦବ ସମାଜ ପକ୍ଷରୁ ସାଂସଦ ସଂଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇ ଶୁଭାରମ୍ଭ କରାଯାଇଛି । ସାଂସଦଙ୍କ ପାଣ୍ଠିରୁ ନବ ନିର୍ମିତ ନୂତନ କୋଠା ଉଦ୍‌ଘାଟନ ହୋଇଥିବା ବେଳେ ଏଥିରେ ପୌରାଞ୍ଚଳ ସଭାପତି ପଙ୍କଜ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଯାଦବ ସମାଜ ଉପଦେଷ୍ଟା ସତ୍ୟନାରାୟଣ ବାଗ, ପୂର୍ବତନ ଉପସଭାପତି ବାସୁଦେବ ନାଗ ମଞ୍ଚାସୀନ ଥିବା ବେଳେ ଯାଦବ ସମାଜର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଯାଦବ ସମାଜରେ ଏହି ନବ ନିର୍ମିତ କୋଠା ଲୋକଙ୍କ ସେବାରେ ଲାଗିବା ସହ ଏଥିରୁ ଆଦାୟ ପାଣ୍ଠି ଦ୍ୱାରା ବିଭିନ୍ନ ଦୈବୀ ଦୁର୍ବିପାକରେ ସାହାଯ୍ୟ କରାଯିବ ବୋଲି ଯାଦବ ସମାଜ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷ୍ଣଚନ୍ଦ୍ର ବଗର୍ତ୍ତି, ବରୁଣ କୁମାର ହେର୍ଣ୍ଣା, ବସନ୍ତ ଷାଣ୍ଢ, ଚିତ୍ରସେନ ବଗର୍ତ୍ତି, ହରତମଳ ରାଉତ, ଆକୁଲ ବଗର୍ତ୍ତି, ସଂଜୀବ ବାଗ, ପାର୍ଥ ବାଗ, ଆର୍ତ୍ତତ୍ରାଣ ବାଗ, ରାମ କବାଟ, ଘାସିରାମ ଦୀପ, ମାଲୁ ଷାଣ୍ଢ, ସାନ ଜାଲ, କାଉନସିଲର ରବିନ୍ଦ୍ର ପରୁଆ, ହରିଶଙ୍କର ଛତ୍ରିଆ ଉପସ୍ଥିତ ଥିଲେ । ଶେଷରେ ପ୍ରଶାନ୍ତ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମୀ ଦିନରେ ୧୪ଟି ବ୍ଲକ ଓ ୩ଟି ଏନ୍‌ଏସିରେ ବୃକ୍ଷ ରୋପଣ କରାଯିବାର ନିଷ୍ପତ୍ତି ନିଆଯାଇଛି ।

jayashree
Leave A Reply

Your email address will not be published.