ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ଚିକିତ୍ସା କଲେ ପ୍ରାଣୀ ଚିକିତ୍ସୀଧିକାରୀଣୀ

ତୁଷୁରା, (କେପିଏନ୍‌ଏସ୍‌) : ସାମ୍ବାଦିକଙ୍କ ହସ୍ତକ୍ଷେପ ପରେ ତୁଷୁରା ପ୍ରାଣୀ ଚିକିତ୍ସାଧିକାରୀଣୀ ଜଣେ ଚାଷୀଙ୍କ ଗାଈର ଚିକିତ୍ସା କରିଥିଲେ । ତୁଷୁରା ସହରର ଜଣେ ଚାଷୀଙ୍କର ଗାଈ ଦୁଇ ଦିନ ଧରି ରୋଗଗ୍ରସ୍ତ ହୋଇ ପଡିଥିବା ଖବରପାଇ ସାମ୍ବାଦିକ ମନୋଜ କୁମାର ଜୈନ ତୁଷୁରା ପ୍ରାଣୀ ଚିକିତ୍ସାଳୟକୁ ପହଞ୍ଚୀବା ସହ ଅଧିକାରିଣୀ ଦୀପୀମୟୀ ବଢେଇଙ୍କୁ ଏନେଇ ଅବଗତ କରାଇଥିଲେ । ଏନେଇ ଶ୍ରୀମତୀ ବଢେଇ କରିଥିଲେ ଯେ, ମୁଁ ଜଣକୁ ପଠାଇଥିଲି, ସେ ଏବେ ପର୍ୟ୍ୟନ୍ତ ଯାଇ ନାହିଁକି ବୋଲି କହିବା ସହ ମୁଁ ନିଜେ ଯାଇ ଚିକିତ୍ସା କରିବି କହି ତୁରନ୍ତ ଯାଇଥିଲେ । ଚିକିତ୍ସା ଯୋଗୁଁ ଗାଈର ଜୀବନ ବଞ୍ଚି ଯାଇଥିବାରୁ ସାମ୍ବାଦିକଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.