ବଲାଙ୍ଗିର, (କେପିଏନ୍ଏସ୍) : ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ବଲାଙ୍ଗିର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ଗ୍ରାମର ବୃନ୍ଦାବତୀ ପଟେଲ୍ ବୟସ ୪୫ ଆଜି ସକାଳୁ ସକାଳୁ ନିଜ ନିତ୍ୟ କର୍ମ ପାଇଁ ବାହାରୁଥିଲେ । ଏହି ସମୟରେ ପୂର୍ବରୁ ଛିଣ୍ଡି ପଡ଼ିଥିବା ଏକ ବିଦ୍ୟୁତ୍ ତାର ପଡିଥିବା ଦେଖି ହାତରେ ଧରି ହଟାଇବାକୁ ଚେଷ୍ଟା କରିବା ସମୟରେ ତାଙ୍କ ଦେହରେ ବିଦ୍ୟୁତ୍ କରେଣ୍ଟ ଲାଗିଯାଇଥିଲା । ଫଲରେ ବୃନ୍ଦାବତୀଙ୍କ ଗୋଡ଼ ପୋଡ଼ି ଯାଇଥିଲା । ଘର ଲୋକେ ତାଙ୍କୁ ସାଙ୍ଘାତିକ ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।