ବାଲେଶ୍ୱର : ୪ ନକଲି ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ହୋଇଛି । ରାୟ ଶୁଣାଇଛନ୍ତି ବାଲେଶ୍ୱର ମାନ୍ୟବର ଭିଜିଲାନ୍ସ କୋର୍ଟ । ଜେଲ୍ ଦଣ୍ଡ ସହ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ବି କରିଛନ୍ତି ମାନ୍ୟବର ଅଦାଲତ । ତେବେ ଏଥି ସହିତ ୩ ଜଣଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ବି ନିର୍ଦେଶ ଦିଆଯାଇଥିବା ବେଳେ ଅନ୍ୟ ଜଣେ ଶିକ୍ଷକଙ୍କ ପେନ୍ସନ ବନ୍ଦ ପାଇଁ ମଧ୍ୟ ନିର୍ଦେଶ ରହିଛି ।