csstore

ଆକାଶବାଣୀ ରାଉରକେଲା କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରେଡ଼ିଓ କାଲି ଥିଲା, ଆଜି ଅଛି, ଆଉ ଆଗକୁ ବି ରହିଥିବ । ଆକାଶବାଣୀର ସ୍ଥାନ ଅନନ୍ୟ । ଆଜିର ସମୟରେ ବି ଆକାଶବାଣୀ ନିଜର ସ୍ୱତନ୍ତ୍ରତା ବଜାୟ ରଖିପାରିଛି । ଶ୍ରୋତାଗ୍ରାହୀ ହୋଇ ରହିପାରିଛି । ଯେତେ ଯାହା ଆସିଲେ ବି ଆକାଶବାଣୀର ସ୍ଥାନ କେହି ବି ନେଇପାରିବେ ନାହିଁ ବୋଲି ଆକାଶବାଣୀ ରାଉରକେଲା କେନ୍ଦ୍ରର ୨୯ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ୧୦୨.୬ ଏଫ୍‌ଏମ୍‌ ଆକାଶବାଣୀ ରାଉରକେଲା କେନ୍ଦ୍ରର ୨୯ତମ ବାର୍ଷିକୋତ୍ସବ ଜଗଦା ସ୍ଥିତ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ, ସଙ୍ଗୀତଜ୍ଞ ଅଜୟ ପାଣି ତଥା ଇଂ ସରୋଜ କୁମାର ଦାଶ ପ୍ରମୁଖ ଯୋଗଦେଇ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ରାଉରକେଲା କ୍ଲଷ୍ଟର ମୁଖ୍ୟ ଓ ଯାନ୍ତ୍ରିକ ବିଭାଗର ଡି.ଡି.ଜି. ଇଂ ପ୍ରକାଶ ଚନ୍ଦ୍ର ପତି କାର୍ଯ୍ୟକ୍ରମର ସଫଳତା କାମନା କରି ପଠାଇଥିବା ଶୁଭେଚ୍ଛା ବାର୍ତ୍ତା ପଠନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆକାଶବାଣୀ ରାଉରକେଲାର କାର୍ଯ୍ୟକ୍ରମ ମୁଖ୍ୟା ତଥା କାର୍ଯ୍ୟକ୍ରମ ନିଷ୍ପାଦିକା ଆହ୍ଲାଦିନୀ ହୋତା ଓ ଯାନ୍ତ୍ରିକ ବିଭାଗର ମୁଖ୍ୟ ତଥା ଆସିଷ୍ଟାଣ୍ଟ ଇଞ୍ଜିନିୟର ଇଂ ମହମ୍ମଦ ସମିମ୍ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଏଥିରେ ପ୍ରସାରଣ ନିଷ୍ପାଦକ ବସନ୍ତ କୁମାର ସ୍ୱାଇଁ, ବରିଷ୍ଠ ଉଦ୍‌ଘୋଷକ ରଘୁନନ୍ଦନ ଲାକ୍ରା, ଏନ୍‌କାଉଣ୍ଟାଣ୍ଟ ସିକନ୍ଦର ସଏ, ଗିରିଶ ନାୟକଙ୍କ ସମେତ ସମ୍ମାନୀୟ ଅତିଥିଗଣ ଅଂଶଗ୍ରହଣ କରିଥିଲେ । ଆକାଶବାଣୀ ରାଉରକେଲାର ଉଦ୍‌ଘୋଷକ ଅଶୋକ କୁମାର ରାଉତ ଓ ଜ୍ୟୋତ୍ସ୍ନାରାଣୀ ସାହୁ ମଞ୍ଚ ସଂଚାଳନ କରିଥିଲେ । କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀମତୀ ହୋତା ଓ ଏମ୍‌ଡି ସମିମ୍ ସେମାନଙ୍କ ବକ୍ତବ୍ୟରେ କହିଥିଲେ, ଆକାଶବାଣୀ ରାଉରକେଲାର ୨୯ତମ ପ୍ରତିଷ୍ଠା ଦିବସ ଏକ ଉତ୍ସବ ଭାବରେ ପାଳିତ ହେବା ଅତି ଆନନ୍ଦର ବିଷୟ । ଯାନ୍ତ୍ରିକ ବିଭାଗ, କାର୍ଯ୍ୟକ୍ରମ ବିଭାଗ ସହିତ ସମନ୍ୱୟ ରଖି, ପ୍ରସାରଣର ମାନବୃଦ୍ଧି ଉପରେ ଗୁରୁତ୍ୱ ଦେଇଆସିଛି । ଏହା ସହ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଶ୍ରୋତାମାନଙ୍କୁ ଶୃତିମଧୁର ତଥା ଉନ୍ନତ ଧରଣର ପ୍ରସାରଣ ସେବା ଯୋଗାଇ ଦେବା ପାଇଁ, ଯାନ୍ତ୍ରିକ ବିଭାଗ ସବୁବେଳେ ଚେଷ୍ଟିତ ଅଛି । ସେଥିପାଇଁ ଯାନ୍ତ୍ରିକ ଉପକରଣର ଆଧୁନିକିକରଣ କରାଯିବା ସହ ଆକାଶବାଣୀ ରାଉରକେଲା ଖୁବ୍ ଶୀଘ୍ର ଡିଜିଟାଲାଇଯେସନ ହେବାକୁ ଯାଉଛି । ଅନ୍ୟମାନଙ୍କ ମଧ୍ୟରେ ଉଦ୍‌ଘୋଷକ ରଘୁନନ୍ଦନ ଲାକ୍ରା, ଆକାଉଣ୍ଟାଣ୍ଟ ଶ୍ରୀ ସଏ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଏହି ଅବସରରେ ବରିଷ୍ଠ କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ, ଗୁରୁ ଅଜୟ ପାଣି ଏବଂ ଆକାଶବାଣୀର ନିୟମିତ ଶ୍ରୋତା ତଥା ରେଡ଼ିଓ ପ୍ରେମୀ ରବୀନ୍ଦ୍ର କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଆକାଶବାଣୀ ରାଉରକେଲାର ଶୁଭଶ୍ରୀ ଦାଶ, ସୁନିତା ପଟ୍ଟନାୟକ, ଶୁଚିସ୍ମିତା ପ୍ରଧାନ, ଅନିତା ଧଳ, ସରିତା ପଣ୍ଡା, ସୁପ୍ରଭା ରାଉତ, ଜ୍ୟୋତ୍ସ୍ନାରାଣୀ ସାହୁ, କନକଲତା ବେହେରା, ସୌମ୍ୟଶ୍ରୀ ମହାନ୍ତି, ମୋନାଲିସା ଗୌଡ଼, ପୁଷ୍ପଲତା ସାହୁ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏଥିରେ ଆକାଶବାଣୀ ରାଉରକେଲାର କିସାନବାଣୀର ଉପସ୍ଥାପକ ଉପସ୍ଥାପିକା ଜୈବିକ ଚାଷ ଉପରେ ପର୍ଯ୍ୟବେଷିତ ସଚେତନତା ଭିତ୍ତିକ ନାଟିକା ପରିବେଷଣ କରିଥିଲେ । ସେହିପରି ଉଦ୍‌ଘୋଷିକା ଓ ଉପସ୍ଥାପିକାମାନଙ୍କ ଦ୍ୱାରା ଭାରତର ବିଭିନ୍ନ ରାଜ୍ୟର ବୋହୁଙ୍କ ବେଶଭୂଷାକୁ ନେଇ ବ୍ରାଇଡାଲ ସୋ’ ଅନୁଷ୍ଠିତ ହୋଇଥିଲା । ଏଥିସହିତ ସ୍ୱପ୍ନା ରାଜହଂସ ଓଡ଼ିଶୀ ନୃତ୍ୟ, ଦ୍ରିଷ୍ଟି ତ୍ରିପାଠୀ ଓ ଅସ୍ମିତ ଅନ୍ୱେଷ ରାଉତ କଣ୍ଠ ସଂଗୀତ, ଶିବାଂଶୁ ସମ୍ଭବ ଜେନା ୱେଷ୍ଟନ ଡ୍ୟାନ୍ସ, ସ୍ନେହଲତା ଗନ୍ତାଗରିଆ ଓ କଲିମ ଖାନ କଣ୍ଠ ସଂଗୀତ ଏବଂ ସାଗର ରିଦିମସ, ନୃତ୍ୟ ମଧୁରମ, ରୁଦ୍ରାକ୍ଷ ମ୍ୟୁଜିକାଲ ବ୍ୟାଣ୍ଡ, କଣ୍ଠସଂଗୀତ, ଯନ୍ତ୍ରସଂଗୀତ, ଗୀତିନାଟିକା ଆଦି ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଯାନ୍ତ୍ରିକ ବିଭାଗର ଗିରିଶ ଚନ୍ଦ୍ର ନାୟକ, ମଞ୍ଜୁଳା ମିଶ୍ର, ଦେବାଶିଷ ଚକ୍ରବର୍ତ୍ତୀ, ଚିତ୍ତରଞ୍ଜନ ଜେନା, ସୌଭାଗ୍ୟ କୁମାର ବାରିକ, ଦେବଯାନୀ ଚକ୍ରବର୍ତ୍ତୀ, ସନ୍ତୋଷ କୁମାର ଗୁପ୍ତା, ବିକାଶ ଚନ୍ଦ୍ର ସାମଲ, ସତ୍ୟ ସୁନ୍ଦର ସାହୁ, ମିନାକ୍ଷୀ ନାୟକ, ହରିହର ନାୟକ, ଦିଲୀପ ଖଡ଼ିରତ୍ନ, ବିକ୍ରମ ସାହୁ, ରୂପକ ବାନାର୍ଜୀ, ବିଲିୟମ ବାଡା, ଶ୍ୟାମ ହାଁସଦା, ଭକ୍ତୁ କିସାନ, ସୁରେଶ ସିଂହ, ରମେଶ ବାଡ଼ାଇକ୍, ସ୍ଵର୍ଣ୍ଣଲତା ହେମ୍ରମ, ନିରଞ୍ଜନ ମୁଣ୍ଡାରୀ ଏବଂ ସୁରକ୍ଷା ବିଭାଗ କର୍ମଚାରୀଙ୍କ ସମେତ ଲଳିତା, ଯସ୍ମିତା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ କାର୍ଯ୍ୟକ୍ରମ ନିଷ୍ପାଦିକା ଶ୍ରୀମତୀ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.