ଗଂଜାମ, (କେପିଏନ୍ଏସ୍) : ଗଂଜାମ ଦିଗପହଣ୍ଡିରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା । ଓଏସ୍ଆର୍ଟିସି ବସ ଓ ଘରୋଇ ବସ ମଧ୍ୟରେ ହୋଇଛି ଧକ୍କା । ଫଳରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦୁଇ ବସର ଅନେକ ଯାତ୍ରୀ ଆହତ ହୋଇଥିବା ବେଳେ ସମସ୍ତ ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି ।