ନିଷାନ୍ ସାହିତ୍ୟ ସଂସଦର ଆଦ୍ୟ ଆଷାଢ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ସପ୍ତମ କବିତା ଆସର ନିଷାନ୍‌ର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୨୫ ଜୁନ୍ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ସୋଭାଙ୍ଗି ସୁକନ୍ୟା ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଉକ୍ତ ଆଭାସି କବିତା ଆସରରେ ବିଶିଷ୍ଟ କବି ତଥା ଘାଏ ଦେଖତ ସାହିତ୍ୟ କଳାପଟାର ସଂପାଦକ ବୈରାଗୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ମାତୃଭାଷାରେ କଳା ଓ ସାହିତ୍ୟର ଅଭିବୃଦ୍ଧି କରିବାକୁ ସମସ୍ତଙ୍କୁ ଆହ୍ଵାନ ଦେଇଥିଲେ ଏବଂ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ନିଷାନ୍‌ର ଭୂମିକାକୁ ଭୂରି ଭୂରି ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ କବି ସନ୍ତୋଷ କୁମାର ବେହେରା ଯୋଗଦେଇ କବିତା, ଗୀତ ଓ ସଂଳାପ କହି ଶ୍ରୋତାଙ୍କ ମନ ମୋହି ନେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗ କବି ନିତ୍ୟାନନ୍ଦ ଷଡ଼ଙ୍ଗୀ ବ୍ୟଙ୍ଗ କବିତା ଶୁଣାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ସଭା ପ୍ରାରମ୍ଭରେ ବଲାଙ୍ଗିରର ବିଶିଷ୍ଟ ସାହିତ୍ୟିକ ରାମଭକ୍ତ ଫରିକାରଙ୍କ ଅକାଳ ନିଧନ ହେତୁ ୨ ମିନିଟ୍ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । କବିତା ଆସର ଶେଷରେ ନିଷାନ୍‌ର ସଦସ୍ୟ କବି ପ୍ରହଲ୍ଲାଦ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର, ଯୁଗ୍ମ ସଂପାଦକ କୃଷ୍ଣେନ୍ଦ ହୋତା, ସତ୍ୟ ନାରାୟଣ ମିଶ୍ର, ରାଜୀବ ପଟେଲ, ଶଙ୍କର୍ଷଣ ବାଗ, କାର୍ତ୍ତିକ ପୁଟେଲ, ଅନିଲ ରଣା, ନରୋତ୍ତମ ବାରିକ, ନାରାୟଣ ଦଣ୍ଡସେନା, ଅବନୀ ସାହୁ, ସୌମ୍ୟରଞ୍ଜନ ସାହୁ, ଲିପୁନ୍ ସାହୁ, ସୁଶୀଲ କୁମାର ସେହିପରି କବୟିତ୍ରୀ ସାବିତ୍ରୀ ସାହୁ, ଅଧ୍ୟାପିକା ଆର୍. ପୁଷ୍ପାଞ୍ଜଳି, କବିତା ମିଶ୍ର, ନିରୂପମା ମିଶ୍ର, ବବିତା ନାୟକ, ତୃପ୍ତିମୟୀ ତ୍ରିପାଠୀ, ହୀରାବତୀ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । “ଆଦ୍ୟ ଆଷାଢ” କବିତା ପ୍ରତିଯୋଗିତାରେ କବୟିତ୍ରୀ ଚନ୍ଦନା ମଞ୍ଜରୀ ତ୍ରିପାଠୀ, କବି ଅଭୟ ସରାଫ, କବି ରାମଚନ୍ଦ୍ର ମେହେର ବିଜେତା ଘୋଷିତ ହୋଇଥିଲେ ।

Leave A Reply

Your email address will not be published.