csstore

ମାନସ କୁମାର ଷଡ଼ଙ୍ଗୀ ପାଇଲେ ରାଷ୍ଟ୍ରୀୟ କନିଷ୍ଠ ଗବେଷଣା ବୃତ୍ତି

ବିଜେପୁର, (ପୁସ୍ତମ୍ ଯୁଆଡି) : ଭାରତ ସରକାରଙ୍କ ଦ୍ୱାରା ସଂସ୍କୃତି ମନ୍ତ୍ରଣାଳୟର ସାଧନ ଓ ତାଲିମ କେନ୍ଦ୍ର ପକ୍ଷରୁ ଚଳିତ ବର୍ଷର କନିଷ୍ଠ ଗବେଷଣା ବୃତ୍ତି ଓ ବରିଷ୍ଠ ଗବେଷଣା ବୃତ୍ତି ପାଇଁ ନିର୍ବାଚିତ ଗବେଷକ ତାଲିକା ପ୍ରକାଶ ପାଇଛି । ଏଥିରେ ବରଗଡ ଜିଲ୍ଲା ବିଜେପୁର ମାଟିର ଆକାଶବାଣୀ ସ୍ବୀକୃତି ପ୍ରାପ୍ତ ଯୁବ କଂଠଶିଳ୍ପୀ, କବି, ଆଲୋଚକ, ସଂସ୍କୃତି ଗବେଷକ, ଅଧ୍ୟାପକ ତଥା ଯୁବ ପିଢିର ପ୍ରେରଣାଦାୟକ ବ୍ୟକ୍ତିତ୍ବ ମାନସ କୁମାର୍ ଷଡ଼ଂଗୀଙ୍କୁ ଲୋକ ଗୀତରେ କନିଷ୍ଠ ଗବେଷଣା ବୃତ୍ତି ମିଳିଥିବା ଘୋଷଣା କରାଯାଇଛି । ସେ ବରଗଡ ଜିଲ୍ଲାର ଜଣେ ଯୁବ ପ୍ରତିଭାବାନ କଂଠଶିଳ୍ପୀ ଭାବରେ ବେଶ ଜଣାଶୁଣା । ଏହା ବ୍ୟତୀତ ସାହିତ୍ୟ, ସଂସ୍କୃତି ଓ ଅନ୍ୟାନ୍ୟ କ୍ଷେତ୍ରରେ ବେଶ୍ ପାରଦର୍ଶିତା ହାସଲ କରିଛନ୍ତି । ସେ ସମ୍ବଲପୁର ଲୋକଉତ୍ସବ ତଥା ଅନ୍ୟ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ସହ ଜଡିତ । ଆହୁରି ମଧ୍ୟ ସେ ବିଭନ୍ନ ସମୟରେ ସଂଗୀତ ପ୍ରତିଯୋଗିତାର ବିଚାରକ ଭାବରେ ଜନମାନସରେ ଏକଛାପ ଛାଡିଛନ୍ତି । ତାଙ୍କର ଏହି ଉପଲବ୍ଧି ପାଇଁ ସେ ବହୁ ସମ୍ମାନର ଅଧିକାରୀ । ଏହି ସଫଳତା ପାଇବା ପରେ କୋଶଲ ଭାରତୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଗାଇସିଲାଟ୍ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟିଛି ।

jayashree
Leave A Reply

Your email address will not be published.