jayashree

ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

  • ଏନ୍‌ଫୋଳର୍ସମେଣ୍ଟକୁ ଜୋରଦାର ତଥା କଡାକଡି କରିବା ଉପରେ ଗୁରୁତ୍ୱାରୋପ
  • ପିଚୁ ରାସ୍ତା ଉପରେ ଲୁହାଚକ ଟ୍ରାକ୍ଟର ଚାଳନା ଉପରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନିର୍ଦେଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ଦ୍ୱାରା ଆହୁତ ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା , ଜିଲ୍ଳା ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନା, ଅତିରିକ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ରମେଶ ଚନ୍ଦ୍ର ସ୍ୱାଇଁ, ଏସଇପିଡବ୍ଲୁଡି ଇଂ ଦାମୋଦର କୈବର୍ତ୍ତ, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଜାତୀୟ ରାଜପଥ ଅଧିକାରୀ ବିମଳ ମହାପାତ୍ର, ଜିଲ୍ଲା ଘରୋଇ ବସ ମାଲିକ ସଂଘ ପ୍ରତିନିଧି ପୁରୁଷୋତ୍ତମ ପାଣିଗ୍ରାହୀ, ରେଆର ପ୍ରତିନିଧି ଅଞ୍ଜଳି ନେଗୀ, ସାମ୍ବାଦିକ ସ୍ୱାଧୀନ ମେହେର, ମୃତ୍ୟୁଞ୍ଜୟ ଶତପଥୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଜୁନିଅର ଏମଭିଆଇ ଲୋକନାଥ ନାୟକ, ବିଭାଗୀୟ ଅଧିକାରୀ ତଥା କମିଟି ସଦସ୍ୟସଦସ୍ୟା ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ଉପରେ ଆଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ରାସ୍ତା ଗୁଡିକର ଭିତ୍ତି ଭୂମିକୁ ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ୱାରୋପ କରି ଜିଲ୍ଲା ଅନ୍ତର୍ଗତ ରାଜ୍ୟ ରାଜପଥ ତଥା ଜାତୀୟ ରାଜପଥରେ ଥିବା ବୁଲାଣି ଓ ଦୁର୍ଘଟଣା ପ୍ରବଣ ସ୍ଥାନ, ରାସ୍ତା ସଂଲଗ୍ନ ସ୍କୁଲ, ଚି଼ହ୍ନଟ ଦୁର୍ଘଟଣା ପ୍ରବଣ ରାସ୍ତା, ବ୍ଲାକ ସ୍ପଟ ପ୍ରଭୁତି ସମ୍ବେଦନଶୀଳ ସ୍ଥାନ, ଅଞ୍ଚଳରେ ବିଶେଷ ସୂଚନା ଫଳକ ସହ ଆଲୋକୀକରଣ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବା ସହ ପିଚୁ ରାସ୍ତା ଉପରେ ଲୁହାଚକ ଟ୍ରାକ୍ଟର ଚାଳନା ଉପରେ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବ୍ୟବହୃତ ହେଉଥିବା ସମସ୍ତ ଯାନବାହାନଗୁଡିକ ମୋଟର ଯାନ ଆଇନ ମୁତାବକ ବ୍ୟବସ୍ଥିତ, ନାବାଳକ ଛାତ୍ରଛାତ୍ରୀଙ୍କ ଗାଡିଚାଳନା ଉପରେ ଆବଶ୍ୟକ ଦୃଷ୍ଟି ଦେବାକୁ ବୈଠକରେ ଆଲୋଚନା ହୋଇଥିଲା । ନାବାଳକ ଛାତ୍ର ଛାତ୍ରୀ ଗାଡି ଚାଳନାକୁ ଅଭିଭାବକ ସହ ସ୍କୁଲ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଏଥି ନିମନ୍ତେ ସ୍କୁଲ ଓ ମହାବିଦ୍ୟାଳୟ ଗୁଡିକରେ ଆବଶ୍ୟକ ସଚେତନତା କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ସହରାଞ୍ଚଳ ଓ ବ୍ୟସ୍ତ ବହୁଳ ଗାଡି ଚଳାଚଳ ରାସ୍ତା ଉପରେ ବିଶେଷ ଧ୍ୟାନ ଦେଇ ଆବଶ୍ୟକ ସିସିଟିଭି ଲଗାଇ ବେନିୟମ ଓ ଅବ୍ୟବସ୍ଥିତ ଗାଡି ଚାଳକଙ୍କୁ ଚି଼ହ୍ନଟ ସହ ଜୋରିମାନା କରିବା ଉପରେ ଆଲୋଚନା କରାଯାଇଛି । ଗ୍ରାମୀଣ ରାସ୍ତାରୁ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ରାସ୍ତାରେ ସୂଚନା ଫଳକ ଓ ସ୍ପିଡ଼ ବ୍ରେକର ଲଗାଇବାକୁ ଜିଲ୍ଲାପାଳ ଶ୍ରୀ ରାୟ ସମ୍ପୃକ୍ତ ଏନଏଚ, ପିଡବ୍ଲୁଡି ଓ ଆରଡି ବିଭାଗ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ଜିଲ୍ଲାର ସଡ଼କ ଦୁର୍ଘଟଣା ସହ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ଜନ ସଚେତନତା ତଥା ପୋଲିସ ପ୍ରଶାସନ ସହ ମିଳିତ ଭାବେ ଜୋରଦାର ଚଢ଼ାଉ ଉପରେ ଗୁରୁତ୍ଵାରୋପ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । ଚଳିତ ବର୍ଷ ଜାନୁଆରୀ ମାସ ଠାରୁ ମେ ମାସ ପର୍ୟ୍ୟନ୍ତ ବିନା ହେଲମେଟ ଗାଡିଚାଳନାରେ ୨୭୮୮ ଜଣ, ଦ୍ରୁତ ଗତି ଗାଡି ଚାଳନା ନିମନ୍ତେ ୨୧୦୩, ବିନା ସିଟ ବେଲ୍ଟ ଗାଡି ଚାଳନାରେରେ ୭୨, ମୋବାଇଲ ଫୋନ ବ୍ୟବହାର ସହ ଗାଡି ଚାଳନାରେ ୨୧୬, ମାଲ୍‌ବୁହା ଗାଡ଼ିରେ ଯାତ୍ରୀ ପରିବହନ ସକାଶେ ୭୫ ଏବଂ ମଦ୍ୟପ ଗାଡିଚାଳନାରେ ୧୨୬ ଜଣଙ୍କୁ ଧରାଯାଇଥିବା ବେଳେ ୧୦୯୩ ଜଣଙ୍କ ଗାଡି ଚାଳନା ପଞ୍ଜିକରଣକୁ ବାତିଲ କରାଯାଇ ଥିବା ପରିବହନ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ୨୦୨୩ ବର୍ଷ ଉପରୋକ୍ତ ସମୟ ସୁଦ୍ଧା ସମୁଦାୟ ୪୫ ଟି ସଡ଼କ ଦୁର୍ଘଟଣା ଘଟି ୩୧ ଜଣଙ୍କ ଅକାଳ ବିୟୋଗ ହୋଇଥିବା ସୂଚୀତ କରିଛନ୍ତି । ଜିଲ୍ଲପାଳ ଏହି ଅବସରରେ ସମସ୍ତ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷାର ସମସ୍ତ ନିୟମକୁ ପାଳନ କରିବା ସହିତ ଜିଲ୍ଲାରୁ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରିବାରେ ସହାୟକ ହେବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.