csstore

ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ଋଣ ଆଦାୟ ମେଳା

ରାଉରକେଲା, (ସସ୍ମିତା ପ୍ରଧାନ) : ଅର୍ବାନ କୋ ଅପରେଟିଭ ବ୍ୟାଙ୍କର ଋଣ ଆଦାୟ ମେଳା ୨୦୨୩ କୋଏଲ ନଗର ସି ବ୍ଲକ ପାର୍କଠାରେ ଆୟୋଜନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବ୍ୟାଙ୍କ ପ୍ରାୟ ୧୦୪ କୋଟି ଲୋନ ଆକାରରେ ଦେଇଛି । ତେଣୁ ଗ୍ରହିତାଙ୍କ ସୁବିଧା ପାଇଁ ଏହି ମେଳା ଆୟୋଜନ କରାଯାଇଥିଲା । ଫଳରେ କୋଏଲନଗର ଓ ଆଖପାଖ ଅଞ୍ଚଳର ଋଣ ଗ୍ରହିତାମାନେ କିଛି ଋଣ ସୁଝିଥିବା ବେଳେ କିଛି ଋଣ ମଧ୍ୟ ନେଇଥିଲେ । ସେହିପରି ଆସନ୍ତାକାଲି ୨୩ ତାରିଖ ଦିନ ଛେଣ୍ଡ ପେଟ୍ରୋଲ ପମ୍ପ ନିକଟରେ କରାଯିବ ବୋଲି ଜଣାପଡ଼ିଛି । ଗ୍ରାହକ ମାନେ ଏହାର ସୁବିଧା ନେବାପାଇଁ ଅନୁରୋଧ କରାଯାଇଛି । ଏହି କାର୍ୟ୍ୟକ୍ରମରେ ବ୍ୟାଙ୍କ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷ ଦିଲ୍ଲୀପ ମହାପାତ୍ର, ବ୍ୟାଙ୍କର ସିଇଓ ରବିନ୍ଦ୍ର କୁମାର ମିଶ୍ରଙ୍କ ସମେତ ଏଆର୍‌ସିଏସ୍‌ ବିକାଶ ସମାଦ, ନିର୍ଦ୍ଦେଶକ ସର୍ବଶ୍ରୀ ପୂର୍ଣ୍ଣିମା କେର୍କେଟା, ଶଙ୍କର ଜେନା, ଚୌଧୁରୀ ବିଜୟ ପଟ୍ଟନାୟକ, ଶକ୍ତେଶ୍ୱର ପାତ୍ର, ରବୀନ୍ଦ୍ରନାଥ ପଣ୍ଡା, ଅକ୍ଷୟ ରାଉତ, ସ୍ମିତା ନାୟକ, ବ୍ୟାଙ୍କର ଫର୍ଟିଲାଇଜର ଶାଖା ପ୍ରବନ୍ଧକ ଏସ୍‌.କେ ବସନ୍ତରାୟ, ଷ୍ଟିଲ ସିଟି ପ୍ରବନ୍ଧକ ଏସ୍‌କେ ବୋଇତି, ରାଜଗାଙ୍ଗପୁର ପ୍ରବନ୍ଧକ ପି.କେ ବେଉରିଆ, ମିଡଟାଉନ ପ୍ରବନ୍ଧକ ପିୟୁସ ପ୍ରକାଶ ସାମଲ, ମେନ ବ୍ରାଞ୍ଚର ପ୍ରବନ୍ଧକ ସୁରେଶ କୁମାର କିଶାନ, ଋଣ ଆଦାୟକାରୀ ପ୍ରବନ୍ଧକ ପ୍ରଦୀପ କୁଅଁର, ବିଜୟଲକ୍ଷ୍ମୀ ପରିଡା, ସୁନିଲ୍ ରାଉତ, ଅକ୍ଷୟ କୁମାର ନାୟକ, ସଂଗ୍ରାମ କେଶରୀ ପରିଡା, ଶ୍ରୀନିବାସ ବାରିକ, ଯୋଗେନ୍ଦ୍ର ପ୍ରଧାନ, କଳ୍ପନା ନାୟକ, ଅଲେଖ ସାମଲ, ଅନିରୁଦ୍ଧ ମହାକୁଡ, ବିଶ୍ୱ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.